ପଦ୍ମପୁର: ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର, ବଳାତ୍କାର ପରେ ହତ୍ଯା ସନ୍ଦେହ

ପଦ୍ମପୁର(କେନ୍ଯୁଜ୍): ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଛେଳିଆମାଲ ଜଙ୍ଗଲରୁ ଏକ ମୃତ ଦେହ ପାଇକମାଳ ପୋଲିସ ଉଦ୍ଧାର କରିଛି। ଜଙ୍ଗଲରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଖବର ଗ୍ରାମବାସୀଙ୍କ ଠାରୁ ପାଇବା ପରେ ଘଟଣାସ୍ଥଳରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ବଜିତ ମନବୋଧ ପହଞ୍ଚିଛନ୍ତି।

ଥାନା ଅଧିକାରୀଙ୍କ କହିବାନୁଯାୟୀ ମୃତ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ କରାଯାଇଛି। ଏନେଇ ଥାନା ଅଧିକାରୀ ତୁରନ୍ତ ସାଇଣ୍ଟିଫିକ୍ ଟିମକୁ ଡାକିଥିଲେ। ମୃତ ମହିଳାଙ୍କ ବୟସ ୩୨ରୁ ୩୫ ବର୍ଷ ହେବ ଅନୁମାନ କରାଯାଉଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନାହିଁ। ମୁଣ୍ଡରେ ଆଘାତ ଏବଂ ଉଲଗ୍ନ ଅବସ୍ଥାରେ ଶବ ପଡିଥିବା କାରଣରୁ ମହିଳାଙ୍କୁ ବଳତ୍କାର କି ହତ୍ଯା କରାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି। ଅନ୍ଯପଟେ ଶବ ବ୍ଯବଚ୍ଛେଦ ପାଇଁ ଡାକ୍ତରଖାନା ଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.