୧୦୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ, ଖୁବଶୀଘ୍ର ଭାରତକୁ ମିଳିବ ଡେଙ୍ଗୁ ଭ୍ୟାକସିନ

ଭୁବନେଶ୍ୱର (କେନ୍ୟୁଜ୍‌) : ସ୍ମାର୍ଟ ସିଟି ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ଭୟଙ୍କର। ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷା ଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ସେପଟେ ରାଜ୍ୟରେ ୪ଅଙ୍କ ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ।ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଥିବା ବେଳେ ସୁନ୍ଦରଗଡ଼ ସଂଖ୍ୟା ୨୧୮ ସଂଖ୍ୟ ରହିଛି।

ଚିହ୍ନଟ ହେଲାଣି ମୋଟ ୧୦୦୦ରୁ ଅଧିକ ମାମଲା । ଡେଙ୍ଗୁର ହଟସ୍ପଟ ପାଲଟିଛି ରାଜଧାନୀ। ଡେଙ୍ଗୁ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ଜନସ୍ବାସ୍ଥ୍ୟ ବିଭାଗ। ଜୋରଦାର ଟେଷ୍ଟିଂ ସହ ଲୋକଙ୍କୁ ନେଇ ଚାଲିଛି ଜନସଚେତନତା କାର୍ଯ୍ୟକ୍ରମ। ବର୍ତ୍ତମାନ ରାଜ୍ୟରେ ୧୦୦୦ ଟପିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜ୍ୟରୁ ପ୍ରାୟ ୧୦୭୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଗତବର୍ଷ ୬୬୦ ଆକ୍ରାନ୍ତ ଚିହ୍ନଟହୋଇଥିଲେ ।ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି। ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଓ ସୁନ୍ଦରଗଡ଼ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତମାନ ସମୟରେ ରାଉଲକେଲା ଟିକେ ସମସ୍ୟା ଅଧିକ ଥିବାରୁ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି । ଟେଷ୍ଟିଂ ଅଧିକ ଥିବାରୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହେଉଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର।

ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ ସ୍ଥିତି, ଏଣେ ବଢ଼ିଲାଣି ମଶା ମାଛିଙ୍କ ପ୍ରାଦୁର୍ଭାବ

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ୨୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ୧୦ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସତ ହେଉଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ସାରିଲେଣି। ମେଡିକାଲରେ ଡେଙ୍ଗୁ ପାଇଁ ଗୋଟିଏ ରୁମରେ ୧୦ଟି ବେଡ଼ ରହିଥିବା ବେଳେ ଆଉ ୨୦ଟି ବେଡ଼ ରିଜର୍ଭରେ ରଖାଯାଇଛି। ହସ୍ପିଟାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ପର୍ଯ୍ୟାପ୍ତ ପରିମାଣରେ ପ୍ଲେଟଲେଟ୍ ମହଜୁଦ ରହିଛି । ଲୋକ ମାନେ କିଭଳି ସଚେତନ ହୋଇପାରିବେ ସେଥି ପାଇଁ ମଧ୍ଯ ବିଭିନ୍ନ ସାହିରେ ସ୍ୱେଚ୍ଛାସେବୀ ଓ BMC ତରଫରୁ ଲୋକଙ୍କୁ ସଚେତନ କରାଯାଉଅଛି।

ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ମଧ୍ୟ ଚିନ୍ତାର କାରଣ ପାଲଟିଛି। ଏନେଇ ଆକ୍ସନ ମୋଡରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ସେପଟେ ଲଗାଣ ବର୍ଷା ଯୋଗୁଁ ରାଜଧାନୀର ସବୁ ଅଞ୍ଚଳରେ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏ ନେଇ ବିଏମ୍‌ସି ପଦକ୍ଷେପ ନେବାକୁ ସାଧାରଣ ଲୋକେ ଦାବି କରିଛନ୍ତି ।

You might also like