ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର, ଭୁବନେଶ୍ୱରରେ ସର୍ବାଧିକ ୪୦୬

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଯାଏ ରାଜ୍ୟରେ ୨ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ସ୍ଥିତି ଉଦବେଗଜନକ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରି ଥିବା ବେଳେ ଭୁବନେଶ୍ୱରରେ ୪୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ବର୍ଷ ହେବ ଭୁବନେଶ୍ବରରେ ଡେଙ୍ଗୁ ଲୋକଙ୍କୁ ବଲକଲ କରୁଛି ।

ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହରୁ ବଢ଼ିବାର ଆଶଙ୍କା ରହିଛି । ବିଶେଷକରି ନୀଳାଦ୍ରିବିହାର ରାଜଧାନୀ ଡେଙ୍ଗୁ ଜୋନରେ ପରିଣତ ହୋଇଛି । ଲୁମ୍ବିନୀ ବିହାର ବ୍ୟତୀତ ରାଜଧାନୀରେ ନୀଳିଦ୍ରିବିହାର, ନୂଆପଲ୍ଲୀ, ସାଲିଆସାହି, ଖଣ୍ଡଗିରି, ସହିଦନଦଗର ଓ ଭୀମଟାଙ୍ଗି ଆଦି ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି ।

ରାଜଧାନୀର ସବୁ ୱାର୍ଡରେ ନିୟମିତ ମଶା ଧୂଆଁ ଓ ଘାସବୁଦା କଟାଯାଉଛି। ପ୍ରତି ଶୁକ୍ରବାର ସହରରେ ଡ୍ରାଇ ଡେ ପାଳନ କରାଯାଉଛି। ତେବେ ଘର ଆଖପାଖ ଓ ଅବ୍ୟବହୃତ ଟାୟାରରେ ଯେଭଳି ପାଣି ଜମି ନରହିବ ସେ ଉପରେ ଧ୍ୟାନ ଦେବାକୁ ପଡିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜନସାଧାରଣ ମଧ୍ୟ ସଚେତନ ହେବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like