ରାଜଧାନୀରେ ୨ହଜାର ପାର୍ କଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଚିନ୍ତା ବଢ଼ାଉଛି ଡେଙ୍ଗୁ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବିଭିନ୍ନ ଅଞ୍ଚଳ ହଟସ୍ପଟ ପାଲଟିଲାଣି । ଦୈନିକ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨ହଜାର ପାର କଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ଡମଣା, ପଟିଆ, ନୟାପଲ୍ଲୀ, ସାଲିଆସାହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢୁଛି ।

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ବେଡ଼ ମିଳୁନଥିବା ଅଭିଯୋଗ ହୋଇଛି । ଏପରିକି ଅସ୍ୱାସ୍ଥ୍ୟକର ପରିବେଶରେ ରୋଗୀଙ୍କ ଚିକିତ୍ସା ହେଉଥିବା ଅଭିଯୋଗ ହୋଇଛି । ଡେଙ୍ଗୁ ମୁକାବିଲା ପାଇଁ ସହଯୋଗର ହାତ ମାଗିଛି ଭୁବନେଶ୍ୱର ମହାନଗର ନିଗମ । ନିଜ ନିଜ ଘର ଏବଂ ପରିବେଶକୁ ସଫା ରଖିବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.