ଆସିଲା ଚିଲିକା ସର୍ଭେ ରିପୋର୍ଟ: ଘେରି ଭାଙ୍ଗିବା ଯୋଗୁଁ ନୂଆ ଅଞ୍ଚଳରେ ଡଲଫିନ ଦେଖିବାକୁ ମିଳିଛନ୍ତି

ଟାଙ୍ଗୀ(କେନ୍ୟୁଜ୍):  ଆସିଲା ଚିଲିକା ସର୍ଭେ ରିପୋର୍ଟ। ଇରାୱାଡି ଡଲଫିନ ସଂଖ୍ୟା ୧୫୫ରୁ ୧୬୫ ରହିଛି। ସର୍ଭେ ସମୟରେ ୧୫୬ଟି ଡଲଫିନ୍‌ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ଅନେକ ନୂଆ ଅଂଚଳରେ ଡଲଫିନ ଦେଖିବାକୁ ମିଳିଛି। ଘେରି ଭାଙ୍ଗିବା ଯୋଗୁଁ ନୂଆ ଅଞ୍ଚଳରେ ଡଲଫିନ ଦେଖିବାକୁ ମିଳିଥିବା କୁହାଯାଉଛି।

ଗତବର୍ଷ ଚିଲିକାରେ ଡଲଫିନ ସଂଖ୍ୟା ଥିଲା ୧୬୨, ଏଥର ଏ ସଂଖ୍ୟା ରହିଛି ୧୫୫ରୁ ୧୬୫। ଇରାୱାଡି ଡଲଫିନ କେବଳ ଏସିଆରେ ଦେଖାଯାଏ। ଚିଲିକାରୁ ଆରମ୍ଭ କରି ଇଣ୍ଡୋନେସିଆ ଯାଏ ଏହି ପ୍ରଜାତିର ଡଲଫିନ ଦେଖାଯାଆନ୍ତି। ସେହିପରି ଏ ବର୍ଷ ଚିଲିକାକୁ ଆସିଛନ୍ତି ୧୦୫ଟି ପ୍ରଜାତିର ୧୦ ଲକ୍ଷ ୫୦ ହଜାର ପକ୍ଷୀ। ଏହାସହ ପ୍ରଥମ ଥର ଲାଗି ଚିଲିକାରେ ଠାବ ହୋଇଛନ୍ତି ୟୁରୋପିଆନ୍‌ ଓଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.