ପୁଣି ଲଘୁଚାପ, ବଙ୍ଗୋପସାଗରରେ ବଢୁଛି ଲଘୁଚାପ ସଂଖ୍ୟା

ନୂଆଦିଲ୍ଲୀ (କେନ୍ୟୁଜ) : ଲଘୁଚାପ ପରେ ଲଘୁଚାପ। ବଙ୍ଗୋପସାଗରରେ ବଢୁଛି ଲଘୁଚାପ ସଂଖ୍ୟା। ଗତମାସ ଏକାଧିକ ଲୋ ପ୍ରେସର ସୃଷ୍ଟି ହୋଇଥିଲା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି । ଏହି ଡିପ୍ରେସନ ପଶ୍ଚିମଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ଭୋରରୁ ଏହା ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଡିପ୍ରେସନ ପ୍ରଭାବରେ ତାମିଲନାଡୁରେ ବର୍ଷା ଜାରି ରହିଛି । ତେବେ ଓଡ଼ିଶା ଉପରେ ଏହି ଡିପ୍ରେସନର ପ୍ରଭାବ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ସେହିପରି ଡିସେମ୍ବରରେ ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ ସୂଚନା ଦେଇଛନ୍ତି । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.