ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଘଟଣାରେ କ୍ଷତିପୂରଣ ଓ କାର୍ଯ୍ୟନୁଷ୍ଠାନ ଦାବି କଲା ବିଜେପି ଓ କଂଗ୍ରେସ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି। ୨୫ରୁ ଅଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ତିହିଡି ଥାନା ଦୌଲତପୁର ଓ ଯଶିପୁର ଗାଁରେ ଏହି ଘଟଣା ଘଟିଛି। ଗାଁରେ ୨ଜଣ ଓ ବାଟରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୋମବାର ରାତିରେ ମଦ ପିଇବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଘଟଣାର ତଦନ୍ତ ଜାରି ରହିଛି। ଅବକାରୀ ଉପନିର୍ଦ୍ଦେଶକ ଘଟଣାର ତଦନ୍ତ କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି।ସେପଟେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୀରହାଟରେ ପୋଲିସ ମୁତୟନ କରାଯାଇଛି।

madaଅନ୍ଯପଟେ ଏହି ମଦମୃତ୍ୟୁ ଘଟଣାରେ କ୍ଷତିପୂରଣ ଓ କାର୍ଯ୍ୟନୁଷ୍ଠାନ ଦାବି କରିଛି ବିଜେପି ଓ କଂଗ୍ରେସ। ପ୍ରତି ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି। ଏହାସହ କଂଗ୍ରେସ ପକ୍ଷରୁ ପୀରହାଟ ପାଣ୍ଡି ଆଗରେ ଧାରଣା ଦିଆଯାଇଥିଲା। ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.