ପୋଲିସ୍‌କୁ ଭୁଆଁ ବୁଲାଉଛି କି ରାଜା? କହୁଛି ମୁଁ ଏକା ମାରିଛି

କଟକ (କେନ୍ୟୁଜ୍): ନର୍ସ ନିହାରିକା ପାତ୍ର ମର୍ଡର ମାମଲାରେ ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ ବୟଫ୍ରେଣ୍ଡ କିଶୋର ଅଞ୍ଚଳ ଓରଫ ରାଜା। ତିନି ଦିନିଆ ରିମାଣ୍ଡ ଶେଷ ହେବା ପରେ ଗତକାଲି ତାକୁ ଆଳିପିଙ୍ଗଳ ଜେଲ୍କୁ ପଠାଇ ଦିଆଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବ। ରାଜା ଏକାକି ହିଁ ନିହାରୀକାକୁ ତଣ୍ଟି ଚିପି ହତ୍ୟା କରିଥିବା ଜଗତସିଂହପୁର ଏସ୍ପି ପ୍ରକାଶ ଆର୍ କହିଛନ୍ତି। ବାହାଘରକୁ ନେଇ ରାଜା ଓ ନିହାରୀକା ମଧ୍ୟରେ ମନାନ୍ତର ହୋଇଥିଲା। ହତ୍ୟା ପରେ ରାଜା ନିହାରୀକାର ମୋବାଇଲ୍ ଓ ପର୍ସକୁ ନୂଆବଜାର ନାଳରେ ଫିଙ୍ଗି ଦେଇଥିଲା। ଅଧିକ ତଥ୍ୟ ପାଇଁ ହାସଲ ପାଇଁ ଡିଏନ୍ଏ ଟେଷ୍ଟ ରିପୋର୍ଟ ଓ ପୋଷ୍ଚମୋର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ସହ ରାଜାକୁ ପୁଣି ଥରେ ରିମାଣ୍ଡରେ ଆଣିପାରେ ପୋଲିସ। ନିହାରିକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଜଗତସିଂହପୁର ପୋଲିସ। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି।
ତେବେ ନିଜେ ଏକାକୀ ନିହାରିକାକୁ ହତ୍ୟା କରିଥିବା କଥା କହିଥିଲେ ମଧ୍ୟ ଏତେବଡ଼ କାଣ୍ଡ ସେ ଏକା କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏମିତିକି ହତ୍ୟା ପରର ଘଟଣା ସ୍ପଷ୍ଟ ଭାବେ କହୁଥିଲେ ମଧ୍ୟ ହତ୍ୟା ବେଳର ଘଟଣା ସମ୍ପର୍କରେ କିଛି ଲୁଚାଉଥିବା ଅନୁମାନ କରାଯାଉଛି । ତେଣୁ ତା କଥାରେ ତାଳମେଳ ରହୁନଥିବାରୁ ରାଜା ପୋଲିସ୍କୁ ଭୁଆଁ ବୁଲାଉଥିବା କୁହାଯାଉଛି ।