୨ ରୁ ୪ ଯାଏଁ ରାଜ୍ଯର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ଆଗରେ ପ୍ରତିବାଦ କରିବେ ସମସ୍ତ ନର୍ସ,କାଲିଠାରୁ ପିନ୍ଧିବେ କଳାବ୍ୟାଜ୍

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଠାରୁ ୧ ତାରିଖ ଯାଏଁ କଳାବ୍ୟାଜ୍ ପିନ୍ଧିବେ ରାଜ୍ୟର ସମସ୍ତ ନର୍ସ। ୨ ରୁ ୪ ଯାଏଁ ରୋଗୀ ସେବାରେ ଅବହେଳା ନକରି ରାଜ୍ଯର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ଆଗରେ ପ୍ରତିବାଦ କରିବେ।
ଏହା ସହ ଚାକିରି ସମସ୍ୟା ନେଇ ମଧ୍ଯ ପ୍ରତିବାଦ କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଓଡିଶା ନର୍ସିଂ ଏମ୍ପ୍ଲୟିଜ୍ ଆସୋସିଏସନ ର ରାଜ୍ଯ ସମ୍ପାଦିକା ପ୍ରଭାତୀ ମହାନ୍ତି।