OASଙ୍କ ପ୍ରେମ ବ୍ୟାପାର ବିବାଦରେ ପଡିଲା ପୂର୍ଣ୍ଣଛେଦ : ଯୁବତୀଙ୍କୁ ବୋହୂ କରିବାକୁ ରାଜିହେଲା ପରିବାର

ଜଗତସିଂହପୁର: ଓଏଏସ୍ ଅଫିସରଙ୍କ ପ୍ରେମ ବ୍ୟାପାର ବିବାଦରେ ପଡିଲା ପୂର୍ଣ୍ଣଛେଦ । ଯୁବତୀଙ୍କୁ ବୋହୂ କରିବାକୁ ରାଜି ହେଲେ ଓଏଏସ୍ ଙ୍କ ପରିବାର । ଓଏଏସ ଅଫିସର  ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି ।

ଶନିବାର ଓଏଏସ ଅଫିସରଙ୍କ ପ୍ରେମ ବିବାଦ ଘଟଣାର ଜଗତସିଂହପୁର ଥାନାରେ ସମାଧାନର ବାଟ ବାହାରିଛି । ଓଏଏସ ଅଫିସରଙ୍କଙ୍କ ବାପା, ମା ଏବଂ ସମ୍ପୃକ୍ତ ଯୁବତୀ ଜଗତସିଂହପୁର ଟାଉନ ଥାନାରେ ଉପସ୍ଥିତ ହୋଇଥିଲେ । ଥାନା ଅଧିକାରୀ ପ୍ରଭାସ ସାହୁଙ୍କ ହସ୍ତକ୍ଷେପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷର ସହମତିକ୍ରମେ ସମ୍ପୃକ୍ତ ଯୁବତୀଙ୍କୁ ବୋହୁ ରୂପେ  ଓଏଏସ ଅଫିସରଙ୍କ ପରିବାର ଲୋକ ଗ୍ରହଣ କରିଛନ୍ତି  । ଅପରପକ୍ଷରେ ଯୁବତୀ ଖୁସିର ସହ ଶାଶୁ ଶଶୁରଙ୍କ ସହ ଯିବା ପାଇଁ ଉତ୍ସାହିତ ଅଛନ୍ତି ।

 

ଆହୁରି ପଢ଼ନ୍ତୁ :  ମଧ୍ୟାହ୍ନଭୋଜନ ଚାଉଳ, ଡାଲି ଖାଇଗଲେ ହାତୀପଲ, ଝରକା ଓ କାନ୍ଥ ଭାଙ୍ଗି ସ୍କୁଲରେ ପଶିଲେ