ଚାଲିଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ, ଦ୍ୱିତୀୟ ଦିନରେ ଓଡ଼ିଆରେ ଶପଥ ପାଠ କରିଛନ୍ତି ଓଡ଼ିଶାର ସାଂସଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ଚାଲିଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ଦ୍ୱିତୀୟ ଦିନରେ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଆରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଓଡ଼ିଶାର ସାଂସଦ। ଓଡ଼ିଶାରୁ ସାଂସଦ ଭାବରେ ବରଗଡ ସାଂସଦ ସୁରେଶ ପୂଜାରୀ । ତାଙ୍କ ପରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଶପଥ ପାଠ କରିଥିଲେ । ଏ ପର୍ଯ୍ୟନ୍ତ ରାଜ୍ୟର ୨୦ ଜଣ ସାଂସଦ ଶପଥ ପାଠ କରିଛନ୍ତି । ଗତକାଲି ପ୍ରଥମ ଦିନରେ ଓଡ଼ିଶାର ୧୬ ଜଣ ସାଂସଦ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ବିଜେଡିର ୧୨ ଜଣ, ବିଜେପିର ୮ ଓ କଂଗ୍ରେସର ଜଣେ ସାଂସଦ ଅଛନ୍ତି।

You might also like