ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଲାଣି ଜନତା ମୈଦାନ । ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୦ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦି ଘୋଷଣା କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ମୋଦି, ଅମିତ ଶାହ ଓ ଜେପି ନଡ୍ଡା ଯୋଗ ଦେବେ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ।

୩୦ ହଜାରରୁ ଅଧିକ ଜନତା ସାମିଲ ହେବେ । ଲିଆସନିଂ ଅଫିସର ଭାବେ ୫୦ ଜଣ ଆଇଏଏସ, ଓଏଏସ ଏବଂ ଓଏଫଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଛି । ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ କେଉଁ ବିଭାଗ କଣ କରିବେ ସେ ନେଇ ଦାୟିତ୍ବ ବଣ୍ଟା ସରିଛି । ଜନତା ମୈଦାନରେ ମଞ୍ଚ ଭିଡିବା କାମ ତ୍ବରାନ୍ବିତ ହେଉଛି । ଅନ୍ୟପଟେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି, କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ।

You might also like