ଓଡିଶା ବ୍ରିଜ ଓ କନଷ୍ଟ୍ରନ କରୋପରେସନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ
ଭଦ୍ରକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ବ୍ରିଜ ଓ କନଷ୍ଟ୍ରନ କରୋପରେସନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଓଡିଶାର ୧୨ ଟି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି | ଭଦ୍ରକ ଜିଲ୍ଲାର ନିଜ ପୈତୃକ ବାସ ଭବନ ସମେତ ୩ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି | ଭଦ୍ରକ ସହର ସ୍ଥିତ ଆଚାର୍ଯ୍ୟ ନଗରରେ ଥିବା ୩ ମହଲ ବିଶିଷ୍ଟ ଘରେ ଚଢ଼ାଉ କରାଯାଉଛି |
ଯାଜିପୁର ଭିଜିଲାନ୍ସ ଡିଏସପି ସୁଶ୍ରୀ ଲେଙ୍କାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି | ସେମାନେ ସେଠାରେ ଭଡା ଟିଆଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଜ କରିଛନ୍ତି | ସେହିପରି ରାନ୍ଦୀଆ ଶାସନ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ଏବଂ ଭଦ୍ରକ ଜିଲ୍ଲାର ଆଗରପଡା ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛନ୍ତି | ସେଠାରେ କଟକ ଭିଜିଲାନ୍ସର ୭ ଜଣିଆ ଟିମ ଚଢ଼ାଉ କରୁଥିବା ଜଣାଯାଇଛି | ସେମାନେ ସେଠାରେ କାଗଜପତ୍ର ଯାଞ୍ଜ କରୁଛନ୍ତି | ତେବେ କେତେ ଟଙ୍କାର ସମ୍ପତ୍ତି ବାହାରିଛି ତାହା ଭିଜିଲାନ୍ସ ଟିମ କୌଣସି ସୂଚନା ଦେଇନାହିଁ |