ଓଡ଼ିଶା କ୍ରିକେଟ ଆସୋସିଏସନ୍ ବା ଓସିଏ ନିର୍ବାଚନ ପାଇଁ ସରିଛି ମତଦାନ, ଆସିଛି ଦୁଇଟି ଫଳାଫଳ
କଟକ(କେନ୍ୟୁଜ୍): ଓଡ଼ିଶା କ୍ରିକେଟ ଆସୋସିଏସନ୍ ବା ଓସିଏ ନିର୍ବାଚନ ପାଇଁ ସରିଛି ମତଦାନ । ଜାରି ରହିଛି ଭୋଟ୍ ଗଣତି । ଆସିଛି ଦୁଇଟି ଫଳାଫଳ । ଆଶୀର୍ବାଦଙ୍କ ଗୋଷ୍ଠୀର କୋଷାଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ବିଜୟୀ ହୋଇଛନ୍ତି ।
କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଓ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାନ୍ ବିଜୟୀ ହୋଇଛନ୍ତି । ମୋଟ୍ ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ପାଞ୍ଚଟି ପଦ ପାଇଁ ମଇଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ । ଆପେକ୍ସ କାଉନସିଲ ସଦସ୍ୟ ଭାବେ ଏକମାତ୍ର ପ୍ରାର୍ଥୀ ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଫୋକସରେ ସମ୍ପାଦକ ଓ ସଭାପତି ପଦ। ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ଵାନ ଥିବା ବେଳେ ସମ୍ପାଦକ ପାଇଁ ଲଢୁଛନ୍ତି ନବ ପଟ୍ଟନାୟକ ଓ ସଞ୍ଜୟ ବେହେରା । ଓସିଏ ନିର୍ବାଚନରେ ଭାଗ ନେଇଛନ୍ତି ୭୧ ଜଣ ମତଦାତା