ଆଜି ଆସିବ ଓସିଏ ରେଜଲ୍ଟ: ଔପଚାରିକ ଭାବରେ ବିଜୟୀ ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା

କଟକ(କେନ୍ୟୁଜ୍): ଓଡ଼ିଶା କ୍ରିକେଟ ଆସୋସିଏସନ୍‌ରେ ସୃଷ୍ଟି ହେବ ନୂଆ ଇତିହାସ । ଓସିଏର ନୂଆ ବସ୍‌ ହେବେ ପ୍ରଣବ ପ୍ରକାଶ ଦାସ । ଆଜି ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଆଜି ଓସିଏର ବାର୍ଷିକ ସାଧାରଣ ପରିଷଦ ବୈଠକ ରହିଛି । ଆଜି ହିଁ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ।

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ କୌଣସି ପଦବୀରେ ଏକାଧିକ ପ୍ରାର୍ଥୀ ନାହାଁନ୍ତି । ପ୍ରଣବ ପ୍ରକାଶ ଦାସ ସଭାପତି ହେବେ । ପଙ୍କଜ ଲୋଚନ ମହାନ୍ତି ହେବେ ଉପସଭାପତି । ଏବେ ସେ ଓସିଏ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । ସଞ୍ଜୟ ବେହେରା ପୁଣି ହେବେ ଓସିଏ ସମ୍ପାଦକ । କୋଷାଧ୍ୟକ୍ଷ ହେବେ ଖୋର୍ଦ୍ଧାର ବିକାଶ ଚନ୍ଦ୍ର ପ୍ରଧାନ । ଯୁଗ୍ମ ସମ୍ପାଦକ ହେବେ ସୁନ୍ଦରଗଡ଼ର ପ୍ରଭାତ କୁମାର ଭୋଳ । ଆପେକ୍ସ କାଉନସିଲ ସଦସ୍ୟ ହେବେ ଅନୁଗୁଳର ପ୍ରତାପ ଚନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.