ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ, ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି
ଭୁବନେଶ୍ବର(କେନ୍ୟୁଜ୍): ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଅବଜରଭେସନରେ ରଖାଯାଇଛି । ତାଙ୍କର ବିଭିନ୍ନ ଟେଷ୍ଟ ହୋଇଛି । AT ଚିଟ୍ଫଣ୍ଡ ଲିଙ୍କରେ ଗତ ୧୯ ତାରିଖ ଭୋରରୁ ତାଙ୍କ କଟକ ବାସଭବନରୁ ଜାମିନ ବିହୀନ ଗିରଫ ପରୱାନା ବଳରେ ଗିରଫ କରିଥିଲା ସିବିଆଇ। ତାଙ୍କ ବିରୋଧରେ ଆଇପିସିର ଧାରା ୧୨୦(ବି), ୪୦୯, ୪୭୧, ୪୨୦, ୪୬୮ ଅନୁସାରେ ସିବିଆଇ ମାମଲା ରୁଜୁ କରିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ଅକ୍ଟୋବର ୧ତାରିଖ ଯାଏ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରେ ରଖାଯାଇଥିଲା