ବେଙ୍ଗାଲୁରୁରୁ OCAC ହ୍ୟାକର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): OCAC ହ୍ୟାକର ମୁଖ୍ୟ ଅଭିଯୁକ୍ତ ଗିରଫ । ବେଙ୍ଗାଲୁରୁରୁ ମୁଖ୍ୟ ଅଭିଯୁକ୍ତ ଓକୁଉଡିରି ପାଶ୍ଚଳକୁ ଗିରଫ କଲା ଦିଲ୍ଲୀ ପୋଲିସ । ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ବେଙ୍ଗାଲୁରୁ ଅଭିମୁଖେ ଯାଇଛନ୍ତି । ହ୍ଵାଟସ ଆପ୍‌ ହ୍ୟାକ୍‌ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ ହ୍ୟାକର।

ଓକାକ ସିଇଓ ତଥା E&IT ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ ହ୍ୟାକରଙ୍କ ଶୀକାର ହୋଇଥିଲେ। ମନୋଜଙ୍କ ହ୍ଵାଟ୍‌ସ ଆପ୍‌ ନମ୍ବର ହ୍ୟାକ୍‌ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗି ହ୍ୟାକର ୭ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ଦିଲ୍ଲୀରୁ ଗିରଫ ହୋଇଥିଲା ନାଇଜେରିଆନ ମୋରିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.