ପୁରୀ ବେଳାଭୂମିରେ ପ୍ରବଳ ଜୁଆର ମାଡ଼ : ଅବକ୍ଷୟ ହେବାରେ ଲାଗିଛି ବେଳାଭୂମି

ପୁରୀ (କେନ୍ୟୁଜ୍) : ବେଳାଭୂମିରେ ପ୍ରବଳ ଜୁଆର ମାଡ଼ । ଅବକ୍ଷୟ ହେବାରେ ଲାଗିଛି ବେଳାଭୂମି । ବିଶେଷ କରି ସ୍ୱର୍ଗଦ୍ୱାର ଅଞ୍ଚଳରେ ୨ଶହ ମିଟର ବେଳାଭୂମି ସମୁଦ୍ରରେ ଲୀନ ହୋଇଛି । ଫଳରେ ସ୍ୱର୍ଗଦ୍ୱାର ରାସ୍ତାପ୍ରତି ବିପଦ ସୃଷ୍ଟି ହୋଇଛି । ପ୍ରାୟ ପ୍ରତିବର୍ଷ ଏହି ସମୟରେ ସମୁଦ୍ରରେ ପ୍ରବଳ ଜୁଆର ଆସି ବେଳାଭୂମି ଅବକ୍ଷୟ ହେବା ଦେଖାଯାଉଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସୁମଦ୍ର ଅଧିକ ଜୁଆରିଆ ହେବା ଆଶଂକା କରାଯାଉଛି । ଗତ ଏକ ସପ୍ତାହ ହେଲା ବେଳାଭୂମିରେ ଏଭଳି ପରିବର୍ତ୍ତନ ଲକ୍ଷ୍ୟକରାଯାଉଥିବା ମତ୍ସ୍ୟଜୀବୀ ଓ ଲାଇଫଗାର୍ଡ କହିଛନ୍ତି ।