ଏୟାରପୋର୍ଟରେ ଓଲା ଡ୍ରାଇଭର ଓ ଅଭିନେତ୍ରୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ, ଜାଣନ୍ତୁ କାହିଁକି

ଭୁବନେଶ୍ୱର (କେନ୍ୟୁଜ) : ବିମାନବନ୍ଦରରେ ଓଲା ଡ୍ରାଇଭର ଓ ଅଭିନେତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ। ଅଭିନେତ୍ରୀ ହେଲେ ନଳିନୀ ରାଉତ। ସେ ମୁମ୍ବାଇରୁ ଫେରୁଥିଲେ। ଓଲା ଡ୍ରାଇଭର ତାଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ନଳିନୀ। ଅପରପକ୍ଷେ ଡ୍ରାଇଭରଙ୍କ କହିବା କଥା ସେ ଗାଡି ବୁକ୍ କରିଥିଲେ। ହେଲେ ଲଗେଜକୁ ଡିକିରେ ରଖିବାକୁ ତାଙ୍କୁ କହିଥିଲେ। ହେଲେ ଡ୍ରାଇଭରଙ୍କ ହାତ ଖରାପ ଥିବାରୁ ସେ ଲଗେଜ୍ ରଖିନଥିଲେ। ଏହି ଘଟଣାକୁ ନେଇ ଓଲା ଡ୍ରାଇଭର ଓ ଅଭିନେତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

actress