ପୁଣି ଜଣେ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ପୁଣି ଜଣେ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିରରେ ଓଡ଼ିଆ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା। ସୁଦପଡ଼ା ସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା ବେଳେ ବେକରେ ବ୍ଲୁଟୁଥ୍‌ ଲାଗି ରହିଥିବା ଦେଖାଯାଇଛି।

ବଲାଙ୍ଗିର(କେନ୍ୟୁଜ) : ପୁଣି ଜଣେ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିରରେ ଓଡ଼ିଆ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା। ସୁଦପଡ଼ା ସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା ବେଳେ ବେକରେ ବ୍ଲୁଟୁଥ୍‌ ଲାଗି ରହିଥିବା ଦେଖାଯାଇଛି।

ବଲାଙ୍ଗିର ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ରୁଚିସ୍ମିତା ଜଣେ ସମ୍ବଲପୁର ଆଲବମ ଅଭିନେତ୍ରୀ। ରଙ୍ଗବତୀ ଏଗେନରେ ସେ ଅଭିନୟ କରିଥିଲେ। ଏହା ସହିତ ବିଭିନ୍ନ ଆଲବମ୍‌ରେ ଗୀତ ବି ଗାଇଛନ୍ତି।