ଭାଷା ଆଇନକୁ ଓଡିଆ ଭାଷା ଆଇନ୍ କରାଯାଉ ବୋଲି ଓଡିଆ ଭାଷା ଆନ୍ଦୋଳନ

ଭୁବନେଶ୍ବର: ଭାଷା ଆନ୍ଦୋଳନ ଜାରି ରହିବ, କିନ୍ତୁ ବନ୍ଦ ରହିବ କଳା ପତାକା ଅଭିଯାନ। ଭାଷା ଆଇନକୁ ଓଡିଆ ଭାଷା ଆଇନ୍ କରାଯାଉ ବୋଲି ଓଡିଆ ଭାଷା ଆନ୍ଦୋଳନ ପକ୍ଷରୁ ଦାବି କରାଯାଇଥିଲା। ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ନହେବାରୁ ପୁନର୍ବାର କଳା ପତକା ଅଭିଯାନ ଆରମ୍ଭ କରାଯାଇଥିଲା। ତେବେ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ଅଧକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ଏହାକୁ ବନ୍ଦ କରାଯାଇଛି।

କୌଣସି ବିଭାଗରେ କିଛି ଭୁଲ ହେଲେ ବିଭାଗ ବଦଳରେ ଭୁଲ କରିଥିବା ବ୍ୟକ୍ତି ଦଣ୍ଡିତ ହେବା ପ୍ରସ୍ତାବରେ ରାଜି ହେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏଥିସହ ଆଗାମୀ ବିଧାନସଭା ଅଧିବେଶନରେ ବିଧେୟକ ଆଣି ଓଡିଆ ଭାଷା ଆଇନ୍ ନେଇ କାର୍ୟ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି କମିଟି।

Leave A Reply

Your email address will not be published.