କମାଲ କରିଛନ୍ତି ଓଡିଆ ପୁଅ, ମାଷ୍ଟରସେଫ୍-୬ର ବିଜେତା ହେଲେ ଅବିନାଶ ନାୟକ
ଓଡ଼ିଆ ପୁଅ ଅବିନାଶ ନାୟକ ମାଷ୍ଟରସେଫ୍-୬ର ବିଜେତା ହୋଇଥିବା ନେଇ ଚର୍ଚ୍ଚା । ପୁରସ୍କାର ବାବଦକୁ ତାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ପ୍ରଥମରୁ ଚମତ୍କାର ଖାଦ୍ୟ ପ୍ରସ୍ତୁତ କରି ସେ ୩ଜଣ ଜର୍ଜଙ୍କ ହୃଦୟ ଜିତିପାରିବା ସହ ଲୋକପ୍ରିୟ ହୋଇପାରିଥିଲେ । ୨୭ ବର୍ଷିୟ ଅବିନାଶଙ୍କ ଘର ବ୍ରହ୍ମପୁରରେ । ମାଷ୍ଟରସେଫ୍ ସୋରେ ଅଂଶଗ୍ରହଣ କରିବା ଓ ଜିତିବାରେ ଅବିନାଶ ହେଉଛନ୍ତି ପ୍ରଥମ ଓଡ଼ିଆ ।
ଷ୍ଟାର ପ୍ଲସ୍ରେ ପ୍ରସାରିତ ରୋଷେଇଭିତ୍ତିକ କାର୍ଯ୍ୟକ୍ରମ ‘ମାଷ୍ଟର ସେଫ୍ ଇଣ୍ଡିଆ’ରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିଜେତା ହୋଇଛନ୍ତି ଏହି ଓଡ଼ିଆ। ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁରର ଅବିନାଶ ଏବେ ଓଡ଼ିଆଙ୍କ ପାଇଁ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।
ଅବିନାଶଙ୍କ ନିଶା ରୋଷେଇ କରିବା ହୋଇଥିବା ବେଳେ ପେସାରେ ସେ ହେଉଛନ୍ତି ଜଣେ ଇଞ୍ଜିନିୟର। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ପଢ଼ା ଶେଷ କରି ସେ ଏବେ ହାଇଦ୍ରାବାଦ ଇନ୍ଫୋସିସ୍ରେ କାମ କରୁଛନ୍ତି।