କରୋନାରେ ମା’କୁ ହରାଇଥିବା ଓଡିଆ ପୁଅ ଜୁବିନ୍ UPSCରେ କଲେ କମାଲ, ରହିଲେ ୪୬ ରାଙ୍କରେ

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଛି UPSC ରେଜଲ୍ଟ। ଏହି ରେଜଲ୍ଟରେ ଓଡିଆ ପୁଅ ରହିଛନ୍ତି ୪୬ ତମ ରାଙ୍କରେ । କରୋନାରେ ମା’କୁ  ହରାଇଥିବା ଛୁଅ ହେଲେ ଆଇଏଏସ ଟପ୍ପର। ଭୁବନେଶ୍ବରର ଜୁବିନ ମହାପାତ୍ର ୟୁପିଏସସି ପରୀକ୍ଷାରେ ୪୬ତମ ରାଙ୍କରେ ଉତୀର୍ଣ୍ଣ ହୋଇଛନ୍ତି।  ତୃତୀୟ ଥର ପରୀକ୍ଷା ଦେଇ ଏହି ସ୍ଥାନ ହାସଲ କରିଛନ୍ତି ଜୁବିନ । ପ୍ରଥମେ ୨୦୧୮ରେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇପିଏସ ପାଇଁ ଚୟନ ହୋଇଥିଲେ । କିନ୍ତୁ ସେତେବେଳେ ଆଇଏଏସ ହେବାର ସ୍ୱପ୍ନ ତାଙ୍କୁ ପୁଣିଥରେ ପରୀକ୍ଷା ହଲକୁ ଟାଣି ଆଣିଥିଲା । ୨୦୧୯ରେ ୩୭୯ ରାଙ୍କ ପାଇଥିଲେ ଜୁବିନ । ତେବେ ଆଇଏଏସ ହେବାକୁ ଯେଉଁ ଇଚ୍ଛା ଥିଲା ତାହା ଏବେ ପୂରା ହୋଇଛି ବୋଲି କହିଛନ୍ତି ଜୁବିନ୍ । ଜୁବନ୍ ବର୍ତ୍ତମାନ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଚାକରି କରିଛନ୍ତି।

ଜୁବିନ କହିଛନ୍ତି ଏତେ ସହଜ ନଥିଲା ୟୁପିଏସସି ପରୀକ୍ଷାକୁ  ସାମ୍ନା କରିବା  କାରଣ ୨ ମାସ ପୂର୍ବରୁ କରୋନାରେ ମୋ ମା’ ଚାଲି ଯାଇଥିଲେ । ସେ ହିଁ ମୋ ପାଇଁ ସବୁଠୁ ବଡ ପ୍ରେରଣା ଥିଲେ । ତାଙ୍କ ଅବର୍ତ୍ତମାନରେ ମୁଁ ମର୍ମାହତ ହୋଇଥିଲା। କିନ୍ତୁ ନିଷ୍ଠା ହାରିନଥିଲେ ।  ତାଙ୍କ ଆର୍ଶୀବାଦ  ଯୋଗୁଁ  ମୁଁ ଏହି ସଫଳତା ପାଇଛି । ଚାକିରି କରିବା ସହ ମୁଁ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି ।

ସେହିପରି ୫୨ ର‍୍ୟାଙ୍କରେ ଆଶିଷ କୁମାର ମିଶ୍ର । ୧୮୪ ତମ ସ୍ଥାନରେ ଅଛନ୍ତି ସମ୍ବଲପୁର ଧନୁପାଲିର ଅଙ୍କିତ ବର୍ମା । ୧୯୪ ର‍୍ୟାଙ୍କରେ ଅଛନ୍ତି ଝାରସୁଗଡାର ରୀନା ପ୍ରଧାନ, ୩୯୫ ତମ ସ୍ଥାନରେ ନବଜ୍ୟୋତି ମିଶ୍ର ଓ ୪୬୪ ର‍୍ୟାଙ୍କରେ ଅଛନ୍ତି ବବିତାରାଣୀ ସ୍ୱାଇଁ ଅଛନ୍ତି । IAS ପାଇଁ ୧୮୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ IPS ପାଇଁ ୨୦୦ ଜଣ ଓ IFS ପାଇଁ ୩୬ ଜଣଙ୍କୁ ଚୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.