ବଲିଉଡ ଫିଲ୍ମ ବ୍ରହ୍ମାସ୍ତ୍ରରେ ଓଡିଆ ପୁଅଙ୍କ ଗ୍ରାଫିକ୍ସ କାମ, ଏବେ ଚର୍ଚ୍ଚାରେ ସୁବ୍ରତ କୁମାର ପାଢୀ

ଯାଜପୁର(କେନ୍ୟୁଜ୍): ବଲିଉଡ ଫିଲ୍ମ ବ୍ରହ୍ମାସ୍ତ୍ରରେ ଓଡ଼ିଆ ଯୁବକଙ୍କ ହାତ । ଯାଜପୁର ବରୀ ବ୍ଲକ ହରିପୁର ଗାଁର ସୁବ୍ରତ କୁମାର ପାଢୀ ଫିଲ୍ମର ଗ୍ରାଫିକ୍ସ କାମ କରି ଏବେ ଚର୍ଚ୍ଚାରେ । ଏହା ପୂର୍ବରୁ ପ୍ରଥମରେ କଣ୍ଟିଲୋ ଫିଲ୍ମସରେ କାମ ଆରମ୍ଭ କରିଥିଲେ । ୨ବର୍ଷ କାମ କରି ସେଠାରୁ ବାଇଜୁସରେ କାଟୁନ କମ୍ପୋଜିଟର ଭାବେ ମଧ୍ୟ କିଛି ଦିନ କାମ କରିବାର ସୁଯୋଗ ପାଇଥିଲେ । ଜୀବନରେ ଭିଏଫ ଏକ୍ସ କ୍ଷେତ୍ରରେ କ୍ୟାରିୟର କରିବାର ଥିବାରୁ ମୁମ୍ବାଇରେ ଥିବା ରି-ଡିଫାଇନ ନାମକ ବଲିଉଡ ହଲିଉଡ ଭିଏଫ ଏକ୍ସ କମ୍ପାନୀରେ ଯୋଗ ଦେଇଥିଲେ । ସେହିଠାରୁ ହିଁ ଜୀବନର ପ୍ରଥମ ସଫଳତମ ଯାତ୍ରା ଆରମ୍ଭ ହୋଇଛି ।

ଭାରତ ଏହି ଶ୍ରେଷ୍ଠ ବହ୍ମାସ୍ତ୍ର ଚଳଚିତ୍ରରେ ସୁବ୍ରତ ଭିଏଫ ଏକ୍ସରେ ନିଜର ଜଲଓ୍ଵା ଦେଖାଇଛନ୍ତି । ଫିଲ୍ମଟି ଭିଏଫ ଏକ୍ସ ପାଇଁ ଦର୍ଶକଙ୍କ ଅଧିକ ପସନ୍ଦ ହୋଇଥିବା କୁହାଯାଉଛି । ପ୍ରଥମଥର ପାଇଁ ବଲିଉଡରେ ଏଭଳି ଭିଜୁଆଲ ଇଫେକ୍ଟସ ଦେଖିବାକୁ ମିଳିଛି । ସୁବ୍ରତ ଆହୁରି ମଧ୍ୟ ବିଘ୍ନହର୍ତା ଗଣେଶ, ତେନାଲି ରାମା, ସ୍ୱରାଜ ସିରିଏଲ ସହ ପ୍ରଥମ ଚଳଚିତ୍ର ଷ୍ଟେଟ ଅଫ ସିଜ ନାମକ ଚଳଚିତ୍ରରେ ଭିଜୁଆଲ ଇଫେକ୍ଟରେ ନିଜର ପ୍ରତିଭାକୁ ପ୍ରମାଣିତ କରିଛନ୍ତି ।

Leave A Reply

Your email address will not be published.