ଓଡ଼ିଆ CEO ଭିସା ଜାଲିଆତି ମାମଲାରେ ଆମେରିକାରେ ହେଲେ ଗିରଫ

ଭୁବନେଶ୍ବର (କେନ୍ଯୁଜ୍): ଆମେରିକାରେ ଓଡ଼ିଆ CEO ଗିରଫ । ଭିସା ଜାଲିଆତି ମାମଲାରେ IT କମ୍ପାନୀ CEO ପ୍ରଦ୍ୟୁମ୍ନ କୁମାର ସାମଲଙ୍କୁ ଆମେରିକା ସିଆଟେଲ୍ ବିମାନ ବନ୍ଦରରୁ ଗିରଫ କରାଯାଇଛି । ୨ଶହରୁ ଅଧିକ H1B ଭିସା ଜାଲିଆତିରେ ସାମିଲ ଥିଲେ ପ୍ରଦ୍ୟୁମ୍ନ ସାମିଲ । ଏ ନେଇ ଗତ ଏପ୍ରିଲରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା । ଏହା ପରେ ପ୍ରଦ୍ୟୁମ୍ନ ଆମେରିକା ବାହାରେ ଥିଲେ । ଚଳିତ ସପ୍ତାହରେ ତାଙ୍କୁ ଗିରଫ କରାଯାଇଛି । ଜାଲ କାଗଜ ପତ୍ର ଦେଇ ୨୦୦ ଜଣ ବିଦେଶୀ କର୍ମଚାରୀଙ୍କୁ ଭିସା ଦେଇଥିବା ଅଭିଯୋଗ ରହିଛି ।

୨୦୧୫ ମସିହାରୁ ସାମଲ ରିଡମେଣ୍ଡ ଫାର୍ମର ଡିଭେନ୍ସି ଓ ଆଜମେଟ୍ରି କମ୍ପାନୀର ସିଇଓ ଭାବେ କାମ କରୁଛନ୍ତି । ଏହି କମ୍ପାନୀ BENCH AND SWITCH ସ୍କିମ୍ ଜରିଆରେ ବିଦେଶୀ ଆଇଟି କର୍ମଚାରୀଙ୍କୁ ଭିସା ଯୋଗାଇବାରେ ସହାୟତା କରୁଥିଲା । କର୍ମଚାରୀଙ୍କୁ ଜାଲିଆଲି କରି H1B ଭିସା ଦେଇଥିଲେ । ଏ ମାମଲାରେ ଆମେରିକା ପୋଲିସ ତଦନ୍ତ ଚଳାଇଛି । ଆମେରିକାରେ ଭିସା ଜାଲିଆତି କଲେ ୧୦ ବର୍ଷ ଜେଲଦଣ୍ଡ ଓ ୨ଲକ୍ଷ ୫୦ ହଜାର ଡଲାରର ଅର୍ଥଦଣ୍ଡ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.