ଦାନନ ଖଟିବାକୁ ଯାଇଥିବା ବେଳେ ଗଲା ଓଡିଆ ଯୁବକଙ୍କ ଜୀବନ, ହାତଗୋଡ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ

ଆନନ୍ଦପୁର: ଦାନନ ଖଟିବାକୁ ଯାଇଥିବା ବେଳେ ଗଲା ଓଡିଆ ଯୁବକର ଜୀବନ । ହାତଗୋଡ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ । ମୃତ ଯୁବକ ଆନନ୍ଦପୁର ଉପଖଣ୍ଡ ଘଷିପୁରାଥାନା କୁମୁଣିଆଁ ଗାଁର ରାହାସ ନାଇକଙ୍କ ପୁଅ ମଧୁସୁଧନ । ଅନେକ ବର୍ଷ ହେବ ତାମିଲନାଡୁରେ ରହି ବିଭିନ୍ନ କମ୍ପାନିରେ କାମ କରୁଥିଲେ । ହେଲେ କିଏ କେଉଁ କାରଣରୁ ହତ୍ୟାକଲା ମିଳିପାରିନାହିଁ ସ୍ପଷ୍ଟ କାରଣ  ?  ତାଙ୍କ ରୋଜଗାରରେ ଘର ଚଳୁଥିବାରୁ ଏବେ ପରିବାର ସଦସ୍ୟ ଅସହାୟ ହୋଇପଡିଛନ୍ତି।
ସେପଟେ ମଧୁସୁଦନଙ୍କ ଭିଣୋଇ ଶଶିକାନ୍ତ ମଧ୍ୟ ତାମିଲନାଡୁରେ ଅନ୍ୟ ଏକ କମ୍ପାନୀରେ କାମ କରନ୍ତି । ଖବର ପାଇ ଶଶିକାନ୍ତ ସେଠାରେ ପହଞ୍ଚି ଦେଖିବା ପରେ ମୃତ ଦେହ ଦେଖି ଭାଙ୍ଗି ପଡିଛନ୍ତି  । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣି ଘର ଲୋକଙ୍କୁ ଖବର କରିଥଲେ ଶଶିକାନ୍ତ । ପୁରା ଘଟଣାର ତଦନ୍ତକରି ହତ୍ୟାକାରୀକୁ ଖୋଜିବାହାର କରିବା ସହ ପରିବାରକୁ ନ୍ୟାୟଦେବାକୁ ଦାବିକରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଗାଁକୁ ମଧୁସୂଦନର ମୃତଦେହ ଆଣିବାକୁ ୮୦ ହଜାରଟଙ୍କା ଆବଶ୍ୟକ ହେବ ଜାଣି ସେହି ଠାରେ ତାର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।