ନୂଆପଡା: ରାଜସ୍ଥାନ ଜୟପୁରଠାରେ ଆୟୋଜିତ ଷ୍ଟାର ମିସ ଟିନ ଇଣ୍ଡିଆ-୨୦୨୪ ଟାଇଟଲ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି ଓଡ଼ିଆ ଝିଅ ଆଦ୍ୟାଶା ପାଣିଗ୍ରାହୀ । ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଲା ଗାଁର ନିବାସୀ ସୁଧାଂଶୁ ଶେଖର ପାଣିଗ୍ରାହୀ ଓ ନବିତା ପାଣିଗ୍ରାହୀଙ୍କ ୧୮ ବର୍ଷିୟ ଝିଅ ହେଉଛନ୍ତି ଆଦ୍ୟାଶା ପାଣିଗ୍ରାହୀ । ଆଗକୁ ସୁଯୋଗ ମିଳିଲେ ଆଦ୍ୟାଶା ମଡେଲିଂ କରିବା ସହ ମିସ ୟୁନିଭର୍ସ ପ୍ରତିଯୋଗତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଚଳିତବର୍ଷ ଆଦ୍ୟାଶା ରାଜସ୍ଥାନ ଜୟପୁରଠାରେ ଆୟୋଜିତ ଷ୍ଟାର ମିସ ଟିନ ଇଣ୍ଡିଆ-୨୦୨୪ ଟାଇଟଲ ଜିତିଛନ୍ତି । ସେ ପ୍ରଥମେ ବାଙ୍ଗାଲୋର ଅଡିସନରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ଚୟନ ହୋଇଥିଲେ । ପରେ ସେ ରାଜସ୍ଥାନ ଜୟପୁରର କ୍ଲାର୍କସ୍ ଏମେରରେ ଆୟୋଜିତ ଷ୍ଟାର ମିସ ଟିନ ଇଣ୍ଡିଆ-୨୦୨୪ ପ୍ରତିଯୋଗିତାରେ ଭାଗ ନେଇ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡକୁ ଯାଇଥିଲେ । ଏଥିରେ ଦେଶର ୩୫ଟି ସହରର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଅଦ୍ୟାଶା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ ରାଭିସିଂ ଉପାଧି ସହ କ୍ରାଉନ ଜିତିଛନ୍ତି ।
ଏଥିସହ ଆଦ୍ୟାଶା ଷ୍ଟାର ମିସ ଟିନ ଇଣ୍ଡିଆ-୨୦୨୪ ଟାଇଟଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୈାରବ ଅର୍ଜନ କରିଛନ୍ତି । ଏହି ସଫଳତା ପଛରେ ତାଙ୍କ ପିତା ମାତାଙ୍କ ସମର୍ଥନ, ପ୍ରେରଣା ଓ ଆଶିର୍ବାଦ ରହିଛି ବୋଲି ଆଦ୍ୟାଶା କହିଛନ୍ତି । ଆଗକୁ ସୁଯୋଗ ମିଳିଲେ ଆଦ୍ୟାଶା ମଡେଲିଂ କରିବା ସହ ମିସ ୟୁନିଭର୍ସ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଆଗକୁ ଆଦ୍ୟାଶା ଦେଶ ଓ ବିଦେଶରେ ବଡ ବଡ ପ୍ରତିଯୋଗୀତାରେ ଭାଗ ନେଇ ନିଜ ଗାଁର ଓ ଦେଶର ନାମକୁ ଆଗକୁ ବଢାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ସ୍ଥାନିୟ ଗ୍ରାମବାସୀ ।
ଆଦ୍ୟାଶାଙ୍କ ବାପା ମାଆ ସାଧାରଣ ପରିବାରର ହୋଇଥିବା ବେଳେ ନିଜ ଝିଅର ଇଛାପୁରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆଗକୁ ସୁଯୋଗ ମିଳିଲେ ଆଦ୍ୟାଶା ଜଣେ ସଫଳ ମଡେଲ ହୋଇପାରିବ ବୋଲି ତାଙ୍କ ବାପା ଓ ମାଆ ପ୍ରକାଶ କରିଛନ୍ତି । ଏବେ ଆଦ୍ୟାଶାଙ୍କ ସଫଳତାକୁ ବିଭିନ୍ନ ମହଲରେ ସ୍ଵାଗତ କରିବା ସହିତ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଆଦ୍ୟାଶାଙ୍କ ଏହି ସଫଳତାକୁ ନେଇ ତାଙ୍କ ପରିବାର ସମେତ ନୂଆପଡାବାସୀ ମଧ୍ୟ ବେଶ ଖୁସୀବ୍ୟକ୍ତ କରିଛନ୍ତି ।