ସୋର : ମୃତ୍ୟୁ ସନ୍ଦେହ ଘେରରେ l ପାଞ୍ଚ ଦିନ ବିତିଲା, ଘଟଣାସ୍ଥଳରେ ଯୁବତୀଙ୍କ ଶବ ଦେଖିବାକୁ ପାଉନି ମା’ l ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ସିଂହାଣୀ ପୋଖରୀ ଗ୍ରାମର ମାୟାଧର ବାରିକଙ୍କ ଝିଅ ଗୀତାଞ୍ଜଳି ବାରିକ ହାଇଦ୍ରାବାଦ କୁରୁକୁଣ୍ଡା ବିଦ୍ୟା ନିକେତନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ ।
ଗୀତାଞ୍ଜଳିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ମା’ ପବିତ୍ରା ବାରିକ ହାଇଦ୍ରାବାଦକୁ ଯାଇଥିବା ବେଳେ 5 ଦିନ ହେଲାଣି ଝିଅର ଶବକୁ ଦେଖିପାରି ନାହାନ୍ତି । ଗୀତାଞ୍ଜଳିଙ୍କ ବାପା ମାୟାଧର ହୃଦ ରୋଗରେ ଆକ୍ରାନ୍ତ ଥିବାରୁ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ । ପରିବାର ପ୍ରତିପୋଷଣ କରିବା ପାଇଁ ସମ୍ପର୍କୀୟଙ୍କ ସହିତ ଗୀତାଞ୍ଜଳି ହାଇଦ୍ରାବାଦରେ ଥିବା ଏକ ଘରୋଇ ସ୍କୁଲରେ ୨ ବର୍ଷ ଧରି ସିକ୍ୟୁରିଟ ଭାବେ କାର୍ଯ୍ୟ କରୁଥିଲେ ।
ଉକ୍ତ ସ୍କୁଲରେ ୪ ଯୁବକ ଉପର ମହଲାରେ ରହୁଥିବା ବେଳେ ଗୀତାଞ୍ଜଳି ତଳ ମହଲାରେ ରହୁଥିଲା । ଯାହା ପରିବାର ଲୋକ କୁହନ୍ତି ସମସ୍ତେ ଗୋଟିଏ ଜାଗାରେ ରୋଷେଇ କରି ଖାଆନ୍ତି । ହେଲେ ୭ ତାରିଖ ଦିନ ଗୀତାଞ୍ଜଳିଙ୍କ ପରିବାର ଲୋକଙ୍କୁ ଥାନାରୁ ଫୋନ ଆସିଥିଲା ଝିଅର ମୃତ୍ୟୁ ହୋଇଛି ।
ଝିଅର ମୃତ୍ୟୁ ଖବର ଶୁଣି ମା’ ଧାଇଁ ଯାଇଥିଲେ ହାଇଦ୍ରାବାଦ । ୫ ଦିନ ବିତିଯାଇଥିବା ବେଳେ ଗାଁକୁ ମୃତ ଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି । ଗୀତାଞଳୀର ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିଲାବେଳେ ମୃତଦେହ ବ୍ୟଵଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ କହିଛି ।