ଇଣ୍ଡିଆନ୍ ଆଇଡଲ୍ ଗ୍ରାଣ୍ଡ ଫିନାଲେରେ ଓଡ଼ିଆ ଝିଅ ତଥା କିଟ୍ ଛାତ୍ରୀ ଜ୍ୟୋତିର୍ମୟୀଙ୍କ ଉପରେ ନଜର। ସାରା ଦେଶର ନଜର ଏବେ ଇଣ୍ଡିଆନ୍ ଆଇଡଲ୍ ର ଗ୍ରାଣ୍ଡ ଫିନାଲେ ଉପରେ । କିଏ ହେବ ଏଥରର ବିଜେତା, ତାକୁ ନେଇ ଚାଲିଛି ଉତ୍ସାହ। ଏହି ଦୌଡ଼ରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ।
ସାରା ଦେଶର ନଜର ଏବେ ଇଣ୍ଡିଆନ୍ ଆଇଡଲ୍ ର ଗ୍ରାଣ୍ଡ ଫିନାଲେ ଉପରେ। ନିଜର ମଧୁର କଣ୍ଠ ଓ ଅସାଧାରଣ ପ୍ରତିଭାରେ ଜ୍ୟୋତିର୍ମୟୀ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ପ୍ରତ୍ୟେକ ପ୍ରଦର୍ଶନରେ ତାଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମତୁଆଲା କରିଛି। ବିଚାରକଙ୍କ ଠାରୁ ଆରମ୍ଭ କରି ସଙ୍ଗୀତପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ କଣ୍ଠଶିଳ୍ପୀ ।
ଆଜିର ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର। ଗ୍ରାଣ୍ଡ ଫିନାଲ ପୂର୍ବରୁ କିଟ୍ ଓ କିସରେ ଜ୍ୟୋତିର୍ମୟୀଙ୍କ ପାଇଁ ହୋଇଥିଲା ହୋମ୍କମିଂ ସେଲିବ୍ରେସନ୍। କିଟ୍ ଓ କିସ୍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । କିଟ୍ ଓ କିସ୍ ପ୍ରତିଷ୍ଠାତା
ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିବା ସହ କିଟ୍ର ଶତାଧିକ କର୍ମଚାରୀ ଓ ଛାତ୍ରଛାତ୍ରୀ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମଧ୍ୟରେ ଅଭିନନ୍ଦନ ଜଣାଇଥିଲେ । ସେ କିଟ୍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ପରେ କିସ୍ ଶ୍ରୀବାଣୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ । ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସେ ପ୍ରଥମ ଓଡ଼ିଆ ପ୍ରତିଯୋଗୀ ।
Also read :Indian Idol 16 Grand Finale: ଶୋ ରେ ନଜର ଆସିବେନି ବିଶାଲ ଦଦଲାନି