ରାଜ୍ୟ

ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୩୧ ର‍୍ୟାଙ୍କ ରଖି ଚମକିଲେ ଓଡ଼ିଆ ଝିଅ ସିମି କରଣ

UPSC -2019ର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ସମ୍ମାନ ଜନକ ପରୀକ୍ଷାରେ ଓଡିଶାରୁ ୨୧ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକି ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ରାଜ୍ୟର ଏହି ଗୌରବ ମୟ ପୁସ୍ତକରେ ଆଉ ଏକ ଫର୍ଦ୍ଧ ଯୋଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷ ପୁର ଗାଁର ଝିଅ ସିମି କରଣ । ସିମି ସର୍ବଭାରତୀୟ ସ୍ତରରେ ୩୧ ତମ ସ୍ଥାନ ହାସଲ କରିଛନ୍ତି । ସିମୀଙ୍କ ବାପାଙ୍କ ନାମ ଦେବେନ୍ଦ୍ର ନାଥ କରଣ ଓ ମା ଙ୍କ ନାମ ସୁଜାତା କରଣ । ମା” ଜଣେ ଶିକ୍ଷୟିତ୍ରୀ ହେଇଥିବା ବେଳେ ବାପା ଭିଲାଇ ଷ୍ଟିଲ ପ୍ଲାଣ୍ଟର ଫାଇନାନ୍ସ ମ୍ୟାନେଜର. ଭାବେ କାର୍ଯ୍ୟରତ ।

୧୯୯୭ ମସିହା ଅଗଷ୍ଟ ୧୬ ତାରିଖରେ ରେ ସିମି କରଣଙ୍କ ଜନ୍ମ ।  ସେ ଗତ ବର୍ଷ ଅର୍ଥାତ ୨୦୧୯ ରେ ବମ୍ବେ ଆଇ.ଆଇ.ଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂ ପାସ କରିଥିଲେ.ଓ ସେହି ବର୍ଷ ହିଁ UPSC ପରୀକ୍ଷା ଦେଇଥିଲେ । ଗୋଟିଏ ଥରରେ ସେ UPSC ପରୀକ୍ଷାରେ ପାସ କରିଥିଲେ । ଏକ ସାକ୍ଷାତ୍କାର ସମୟରେ ରିମି କହିଛନ୍ତିକି, ତାଙ୍କର ସିଭିଲ ସର୍ଭିସ ପ୍ରତି ଏକ ଅହେତୁକ ଆକର୍ଷଣ ରହିଥିଲା । ଖୁବ ଛୋଟ ବେଳରୁ ହିଁ ସେ ଏଥିପାଇଁ ପଢ଼ାପଢ଼ି ଆରମ୍ଭ କରି ଦେଇଥିଲେ । ନିଜ ପ୍ରଥମ ଚାନ୍ସରେ ହିଁ ଏହି ସଫଳତା ପାଇଥିବାରୁ ସେ ଖୁବ ଖୁସିଥିବା କହିଛନ୍ତି ।

ନିଜର ଏହି ସଫଳତା ପାଇଁ ରିମି ନିଜ ବାପା ମା” ସମ୍ପର୍କୀୟ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଏହି ଖବର ପାଇ ସିମିଙ୍କ ଭିଟାମାଟି ସନ୍ତୋଷପୁର ବାସିଙ୍କ ମଧ୍ୟରେ ଉତ୍ସବର ବାତାବରଣ ଖେଳିଯାଇଛି । ଭବିଷ୍ୟତ ନେଇ ନିଜ ପ୍ରତିକ୍ରିୟାରେ ସିମି କହିଛନ୍ତିକି ଆଗକୁ ସରକାର ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ । ବିଶେଷ ଭାବେ ମହିଳା ସଶକ୍ତି କରଣ ଓ ଶିକ୍ଷା ଉପରେ କାମ କରିବାରେ ତାଙ୍କର ଆଗ୍ରହ ଥିବା କହିଛନ୍ତି ଓଡ଼ିଆ ଝିଅ ସିମି କରଣ ।

 

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago