ସର୍ବଭାରତୀୟ ସ୍ତରରେ କୃଷି ଅର୍ଥନୀତି ବିଭାଗ ପରୀକ୍ଷାରେ ପ୍ରଥମ ସ୍ଥାନରେ ଓଡ଼ିଆ ଝିଅ
ମାହାଙ୍ଗା(କେନ୍ୟୁଜ୍): ସବୁ ମଣିଷ ସଫଳ ଜୀବନ ଚାହିଁଥାନ୍ତି ଓ ସେମାନେ ଜୀବନରେ ସଫଳତା ପାଇବା ପାଇଁ ଚେଷ୍ଟା ବି କରିଥାନ୍ତି । ହେଲେ ଆପଣ କେତେ ସଫଳତା ପାଇବେ ତାହା ଆପଣଙ୍କର କାର୍ଯ୍ୟ ଉପରେ ନିର୍ଭର କରେ । ଭଲ ଗୁଣ ଯୋଗୁ ମାନ ସମ୍ମାନ ବଢ଼ିଥାଏ । ଏମିତି ଏହି ପରିବାରର ଝିଅ ଯିଏକି ନିଜ ସଫଳତାରେ ସମସ୍ତଙ୍କୁ ଖୁସି କରିଦେଇଛି। ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦେଇଛି। ବାପା ମାଙ୍କର ଖୁସିର ସୀମା ନାହିଁ।
କଥାରେ ଅଛି ମନର ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଆ ଝିଅ ସୌମ୍ୟା ଶୁଭଶ୍ରୀ ମହାପାତ୍ର। ଯିଏକି ସର୍ବଭାରତୀୟ ସ୍ତରରେ କୃଷି ଅର୍ଥନୀତି ବିଭାଗ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଯାହା ଗର୍ବ ଆଣି ଦେଇଛି ଓଡ଼ିଶା ପାଇଁ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚଷାଖଣ୍ଡ ଗ୍ରାମର ଗ୍ରାମର ସୁଧାଂଶୁ ଶେଖର ମହାପାତ୍ର ଓ ଗୀତାଞ୍ଜଳି ମହାପାତ୍ରଙ୍କ ଏକମାତ୍ର କନ୍ୟା ଅଟନ୍ତି ସୌମ୍ୟା ମହାପାତ୍ର। ସୌମ୍ୟାଙ୍କ ସଫଳତା ପରେ ପରିବାରରେ ଖଉସିର ମାହୋଲ ଥିବା ଦେଖଇବାକୁ ମିଳୁଛି। ପରିବାର ସଦସ୍ଯ ସୌମ୍ୟାଙ୍କ ମୁହଁ ମିଠ କରୁଥିବାବେଳେ ସୌମ୍ୟା ମଧ୍ଯ ଗୁରୁଜନ ମାନଙ୍କ ମୁହଁ ମିଠା କରୁଛନ୍ତି। ଏବେ ଏହି ସଫଳତାକୁ ନେଇ ଆଗକୁ ବଢ଼ିବାର ଆଶା ରଖିଛନ୍ତି ସୌମ୍ୟା।
କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ। ଅଆଜିକାଲିର ଝିବି ପୁଅଙ୍କ ସହ ପାଦରେ ପାଦ ମିଶାଇ ଚାଲିଲେଣି। ନିଜର ଉପସ୍ଥିତିକୁ ପ୍ରତି କ୍ଷେତ୍ରରେ ଜାହିର୍ କରିସାରିଲେଣି। ଯାହାର ଆଉ ଏକ ଉଦାହରଣ ହେଉଛନ୍ତି ସୌମ୍ୟା। ତେବେ ସୌମ୍ୟାଙ୍କ ସଫଳତା ଖବର ପ୍ରଚାର ହେବା ପରେ ଅଞ୍ଚଳବାସୀ ଓ ପରିବାର ବେଶ ଖୁସି ଥିବା ଜଣାପଡିଛି।