ରାଜ୍ୟ

ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ଓଡିଆ ଝିଅ ଶୁଭାଲିନଙ୍କ ଜଲ୍ଵା, ସର୍ବଭାରତୀୟ ସ୍ତରରେ ଅଧିକାର କଲେ ଦ୍ବିତୀୟ ସ୍ଥାନ

ତାଳଚେର : ସମୟ ବଦଳିଛି ଆଉ ତାସହ ବଦଳିଛି ନାରୀର ସଂଜ୍ଞା। ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ। ଯଦି ନିଜର ଇଚ୍ଛା ଶକ୍ତି ଦୃଢ଼ ଅଛି ତେବେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ ଯାହାକୁ ସତ ପ୍ରମାଣିତ କରି ଦେଖିଛନ୍ତି ଶୁଭାଲିନ୍‌। ଯିଏ ଛୋଟରୁ ଡାକ୍ତରୀ ପେଶା କରି ରୋଗୀ ସେବା କରିବାର ଲକ୍ଷ୍ୟ ରଖିଥିବା ବେଳେ ତାଙ୍କ ଜୀବନରେ ଯୋଡ଼ି ହୋଇଛି ଆଉ ଏକ ନିଶା ।

ତାଳଚେର ଝିଅ ଶୁଭାଲିନ୍‌ ସାହୁ। ଯିଏ ବିଉଟି କଣ୍ଟେଷ୍ଟ୍ ରେ ନିଜର ଜଲ୍ଵା ଦେଖାଇଛନ୍ତି। ଏମ୍‌ଆଇକ୍ୟୁଏଚ୍‌ ଦ୍ବାରା ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ଭାଗନେଇ ଶହ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଆ ଝିଅ ଶୁଭାଲିନ୍‌ ସାହୁ ସର୍ବଭାରତୀୟ ସ୍ତରରେ ଅଧିକାର କରିଛନ୍ତି ଦ୍ବିତୀୟ ସ୍ଥାନ । ଫଟୋ ସେସନ୍, ପ୍ରଶ୍ନ ଉତ୍ତର ରାଉଣ୍ଡ ସହିତ ରିଆମ୍ପ ୱାକରେ ନିଜର ବେଷ୍ଟ୍ ପରଫରମାନସ ଦେଇ ଜୁରି ମେମ୍ବରଙ୍କ ହୋଇ ପାରିଥିଲେ ପୟେଣ୍ଟ ଅଫ ଆଟ୍ରାକ୍ସନ୍।

ଦିଲ୍ଲୀର ଗ୍ରେଟର ନୋଏଡାରେ କ୍ରାଉନ୍‌ ପ୍ଲାଜାଠାରେ ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ସର୍ବ ଭାରତୀୟ ସ୍ତରରୁ ଭାଗ ନେଇ ଥିଲେ ଶହ ଶହ ପ୍ରତିଯୋଗୀ କିନ୍ତୁ ସେମାନଙ୍କ ମଧ୍ୟରେ ନିଜର ଷ୍ଟାଇଲସ ଅନ୍ଦାଜ୍ ଓ ଚାରମିଂ ଲୁକ୍ ସାଙ୍ଗ କୁ କଥା କୁହା ଆଖି ଯୋଗୁଁ ବେଶ୍ ବାରି ହୋଇ ପଡୁଥିଲେ ସେ। କଳାହିରାର ସହରରୁ ଦଶମ ଶିକ୍ଷ୍ୟା ପରେ ଡାକ୍ତରୀ ଶିକ୍ଷ୍ୟା ପାଇଁ ଯିବାକୁ ପଡ଼ିଥିଲା ଫ୍ରେଞ୍ଚ୍ କ୍ୟାପିଟାଲ କୁ ଅର୍ଥାତ୍ ପଣ୍ଡିଚେରୀ। ବୋଧ୍ ହୁଏ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ଓ ରଙ୍ଗୀନ୍ ସହର ଶୁଭାଲିନ୍‌ଙ୍କ ଭାଗ୍ୟ ପରିବର୍ତ୍ତନ ପାଇଁ ହାତ ଠାରି ଡାକୁଥିଲା।

ଆଉ ଛୋଟ ବେଳୁ ଡାକ୍ତର ହେବା ଆଶା ସାଙ୍ଗକୁ ରେଡ୍ କାରପେଟ୍ ରେ ରାମ୍ପର ତାଳେ ତାଳେ ମିଳିଲା ଆଉ ଏକ ବଡ଼ ସଫଳତା ଯାହାକୁ ନେଇ ଶୁଭାଲିନ୍‌ଙ୍କ ବାପା ମାଙ୍କ ଖୁସି କହିଲେ ନ ସରେ। ଶୁଭାଲିନ୍‌  ତାଳଚେର ବ୍ଲକ୍‌ ଅନନ୍ତ ବିହାର କଲୋନୀରେ ରହୁଥିବା ସ˚ଜୟ କୁମାର ସାହୁ ଓ କାକଳୀ ପ୍ରଧାନଙ୍କ ସୁକନ୍ୟା । ଏବେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ଭବିଷ୍ୟତରେ ବଲିଉଡ୍ ଏଣ୍ଟ୍ରିର ଲକ୍ଷ୍ୟ ରଖିଛନ୍ତି ସେ l

ସର୍ବଭାରତୀୟ ସ୍ତରରେ ତାଳଚେରର ଓଡ଼ିଆ ଝିଅ ଶୁଭାଲିନ୍‌ ବାଜିମାତ କରିଥିବା ହିତ ଶହ ଶହ ଯୁବତୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କହିବା ଭୁଲ୍ ହେବ ନାହିଁ।

ତାଳଚେରରୁ ଅନିଲ କୁମାର ସାମଲଙ୍କ ରିପୋର୍ଟ , କେ ନ୍ଯୁଜ୍

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

12 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

26 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

39 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

40 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago