ଚୀନ୍ ସୀମାରେ ଓଡ଼ିଆ ଯବାନ ସହିଦ, ପୈତୃକ ଗ୍ରାମରେ ସମ୍ପନ୍ନ ହେଲା ଶେଷକୃତ୍ୟ
ଚୀନ୍ ସୀମାରେ ଆଇଟିବିପିରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ରାଜୀବ ନାଏକଙ୍କ ଦେହାନ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ବନେଇକଳା ଗ୍ରାମ ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମରେ ତାଙ୍କ ଘର । ସେ ଇଣ୍ଡୋ ତିବ୍ବତ ସୈନ୍ୟ ବଳ ଭାରତ-ଚୀନ ସୀମା ସିକିମରେ କାର୍ଯ୍ୟରତ ଥିଲେ । ତେବେ କାର୍ଯ୍ୟରତ ସମୟରେ ଗତ ଶନିବାର ଦିନ ହୃଦଘାତରେ ରାଜୀବଙ୍କ ମୃତ୍ୟୁ ହୋଇଥିଲା ।

ମୟୂରଭଞ୍ଜ (କେନ୍ୟୁଜ): ଚୀନ୍ ସୀମାରେ ଆଇଟିବିପିରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ରାଜୀବ ନାଏକଙ୍କ ଦେହାନ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ବନେଇକଳା ଗ୍ରାମ ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମରେ ତାଙ୍କ ଘର । ହୃଦଘାତରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ରାଜୀବଙ୍କ ବୃଦ୍ଧ ମାତାପିତା ଓ ସ୍ତ୍ରୀଙ୍କ ସହ ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି ।
ସେ ଇଣ୍ଡୋ ତିବ୍ବତ ସୈନ୍ୟ ବଳ ଭାରତ-ଚୀନ ସୀମା ସିକିମରେ କାର୍ଯ୍ୟରତ ଥିଲେ । ତେବେ କାର୍ଯ୍ୟରତ ସମୟରେ ଗତ ଶନିବାର ଦିନ ହୃଦଘାତରେ ରାଜୀବଙ୍କ ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା । ସେଠାରୁ ସେନା କର୍ମଚାରୀମାନେ ଯବାନଙ୍କ ମରଶରୀର ଧରି କୋଲକତା ଦେଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ।
ଭୁବନେଶ୍ୱରରୁ 120 ବାଟାଲିୟନର ଯବାନମାନେ ସେନା ଗାଡ଼ିରେ ରାଜୀବଙ୍କ ମରଶରୀର ତାଙ୍କ ଗାଁ ଗୁଣ୍ଡୁରିଆକୁ ଆଣିଥିଲେ । ବିଶୋଇ ଥାନା ଅନ୍ତର୍ଗତ 49 ନଂ ଜାତୀୟ ରାଜପଥ ବନେଇକଳା ଛକଠାରୁ ହଜାର ହଜାର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଯବାନଙ୍କୁ ନିଜ ଘରକୁ ଅଣା ଯାଇଥିଲା । ଗ୍ରାମବାସୀ, ସ୍ଥାନୀୟ ପୁଲିସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଯବାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଗ୍ରାମସ୍ଥିତ ମଶାଣିକୁ ନେଇଥିଲେ । ସେଠାରେ ଭାରତୀୟ ସେନା ଦ୍ବାରା ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ତୋପ ସଲାମୀ ଦିଆ ଯାଇଥିଲା ।