ରାଜ୍ୟ

ପୁଣି ଜଣେ ଓଡିଆ ଯୁବତୀ ବେଙ୍ଗାଲୁରୁରେ ଆଖି ବୁଜିଲେ, ଘରକୁ ଫେରାଇ ଆଣିବାକୁ ମା କଲା ନିବେଦନ

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଥମୁନି ଦାଦନଙ୍କ ଦୁଃଖ। ଖଣି ଖାଦାନ,ଶିଳ୍ପ ଭରା ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲାରୁ ସରକାର ସର୍ବାଧିକ ରାଜସ୍ୱ ପାଉଛନ୍ତି।ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ କୌଣସି ଉନ୍ନତି ହେଉନାହିଁ।  ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ କାମ ଧନ୍ଦା ମିଳୁନଥିବାରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ବେଙ୍ଗାଲୁରୁ, ଚେନ୍ନାଇ, ମହାରାଷ୍ଟ୍ରକୁ ଯାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ବାଂଶପାଳ ବ୍ଲକ ତୋଟାଡ଼ିହି ଗ୍ରାମର ଦଶରଥ ଗଡ଼ମାଝୀଙ୍କ ଝିଅ କୁନ୍ତଳା ଗଡ଼ମାଝୀ ବାଙ୍ଗାଲୋରରେ ରହି ସିଲେଇ କାମ କରୁଥିବା ବେଳେ ହଠାତ ଦେହ ଅସୁସ୍ଥ ହୋଇପଡିଥିଲା।

କୁନ୍ତଳା ଗୁରୁତର ହୋଇ ୨୩ ତାରିଖରେ ସେଠାରେ ମୃତ୍ୟୁ ବରଣ କରିଥିଲେ। କୁନ୍ତଳାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଝିଅର ମୃତ ଦେହ ଘରକୁ କେମିତି ଫେରିବ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ। କୁନ୍ତଳାଙ୍କ ବାପା ମା ବାଂଶପାଳ ଫାଣ୍ଡି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଓ ବାଙ୍ଗାଲୋରରେ ଥିବା ଓଡ଼ିଆ ସମାଜର ସହାୟତାରେ ଆଜି ସକାଳେ ସୁଦୂର ବେଙ୍ଗାଲୁରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ପରେ କୁନ୍ତଳାଙ୍କ ମୃତଦେହ ନିଜ ଗାଁ ତୋଟାଡ଼ିହିକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଉଛି। ତୋତାଡ଼ିହି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଏପଟେ ପୁଣି ଗୋପପୁର ଗ୍ରାମର ସ୍ବର୍ଗତ ଚିତ୍ରସେନ ଭିତିରିଆ ଓ ମା କାନ୍ଦିରି ଭିତିରିଆଙ୍କ ଝିଅ ମନ୍ଦାକିନି ଭିତିରିଆ (୨୪) ଗତ ୩ ମାସ ହେବ ବେଙ୍ଗାଲୁରୁର ବାମଲଳି ସ୍ଥିତ ଡେଭିନିସି ପ୍ରା.ଲି ନାମକ ଏକ ସଂସ୍ଥାରେ ଟେଲରିଂ କାମ କରୁଥିଲେ। ମନ୍ଦାକିନିଙ୍କ ବାପା ବର୍ଷକ ତଳେ ମୃତ୍ୟୁ ବରଣ କରିଥିବା ବେଳେ ଘରେ ବିଧବା ମା ଟିଏ ଅଛନ୍ତି । ପରିବାର ପ୍ରତିପୋଷଣ ଓ କିଛି ଟଙ୍କା ରୋଜଗାର କରିବା ଆଶାରେ ବଡ଼ ଭଉଣୀ ସଂଘମିତ୍ରାଙ୍କ ସହିତ ବେଙ୍ଗାଲୁରୁ ଯାଇଥିଲେ। ହେଲେ ଦାରୁଣ ଦୁଃଖ ପଡିଲା ତାଙ୍କ ଉପରେ। ହଠାତ ଗତ କାଲି ଠାରୁ ଝାଡା ବାନ୍ତି ହେବାରୁ ସନ୍ଧ୍ୟାରେ ଜୟ ନଗର ସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ।

ଗୁରୁତର ହୋଇପଡିବାରୁ ଚିକିତ୍ସିତ ହେଉଥିବା ସମୟରେ ଆଜି ସକାଳେ ମନ୍ଦାକିନି ମୃତ୍ୟୁ ବରଣ କରିଛନ୍ତି। ମନ୍ଦାକିନିଙ୍କ ମୃତ୍ୟୁ ଖବର ବଡ଼ ଭଉଣୀ ସଂଘମିତ୍ରା ଫୋନ ଯୋଗେ ମା କାନ୍ଦିରିକୁ ଜଣାଇବା ପରେ ଧର୍ଯ୍ୟ ହରା ହୋଇପଡିଛନ୍ତି ମା କାନ୍ଦିରି। ଝିଅର ମୃତ ଦେହ କିପରି ଘରକୁ ଫେରିବ ଓ ମଲା ମୁହଁକୁ କିପରି ଟିକେ ଦେଖିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି ମା । ମନ୍ଦାକିନିଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହକୁ ଗାଁକୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏହି ଘଟଣା ପରେ ବାଂଶପାଳରୁ କାମ କରିବାକୁ ବାଙ୍ଗାଲୋର ଯାଇଥିବା ଅନ୍ୟ ଯୁବକ ଯୁବତୀଙ୍କ ପରିବାର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

7 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

16 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

19 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

53 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

54 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago