ଓଡିଆ ପୁଅ ଚଣ୍ଡି ପ୍ରସାଦଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ(କେ ନ୍ୟୁଜ):  ଚୀନ୍‌ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ପରେ ସିକ୍କିମ୍‌ ଆଧାରିତ ତ୍ରିଶକ୍ତି କର୍ପସକୁ ନିର୍ଦ୍ଦେଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦଙ୍କୁ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟ ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନରେ ସମ୍ମାନୀତ କରାଯାଇଛି । ଚଣ୍ଡି ପ୍ରସାଦ ସ୍ଥଳ ସେନା ଉପମୁଖ୍ୟ ବି ରହିଛନ୍ତି।

ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍‌ ଡିଫେନ୍ସ ଏକାଡେମି, ଖଡକୱାସଲାରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍‌ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା। ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍‌ ଭାବେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସିଥିଲେ।

Leave A Reply

Your email address will not be published.