ଅପୂର୍ଣ୍ଣ ରହିଲା ଘରକୁ ଫେରିବା ସ୍ବପ୍ନ, ଚାଲି ଚାଲି ଆସୁ ଆସୁ ଅଧା ବାଟରେ ଗଲା ଜୀବନ

ଲକ ଡାଉନ ସମୟରେ ହାତରେ ପଇସା କି କାମ ନଥିବାରୁ ହାଇଦରାବାଦରୁ ଚାଲି ଚାଲି ଆସୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ମାଲକାନାଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିଡିପାଲ୍ଲି ପଂଚାୟତ ଟାଙ୍ଗିଣିତଙ୍ଗ ଗ୍ରାମର କସା ମାଡକାମୀ ନାମକ ଯୁବକ ଦାଦନ ଖଟିବାକୁ ହାଇଦରାବାଦ ଯାଇଥିଲେ । ଜାରି ହୋଇଥିବା ଲକ ଡାଉନ କାରଣରୁ କାମ ନମିଳିବାରୁ ଓ ଯାନବାହାନ ଚଳାଚଳ ବନ୍ଦ ହୋଇଯିବାରୁ ଶେଷରେ ବାଧ୍ୟ ହୋଇ ଚାରି ଜଣ ଶ୍ରମିକ ପାଦରେ ଚାଲି ଚାଲି ନିଜ ଭିଟାମାଟି ଅଭିମୁଖେ ବାହାରି ଥିଲେ । ଦୀର୍ଘ ୫୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଶ୍ରମିକ ଜଣକ ଅସୁସ୍ଥ ହୋଇପଡିଥିଲେ ।

ଘଟଣାସ୍ଥଳରେ କୌଣସି ପ୍ରକାର ଚିକିତ୍ସା ସୁବିଧା ନପାଇବାରୁ ମାଲାକାନାଗିରି ଠାରୁ ମାତ୍ର ୨୦୦ କିଲୋମିଟର ଦୂର ତେଲେଙ୍ଗାନାର ଭଦ୍ରାଚଳମ ଠାରେ ତାଙ୍କର ମୃତ୍ୟୁ ଘଟିଛି । ସାଥି ଶ୍ରମିକ ମାନେ ଆମ୍ବୁଲାନ୍ସକୁ ଜଣାଇବା ପରେ ସ୍ଥାନୀୟ ପୋଲିସ ଆସି ଶବକୁ ଡାକ୍ତରଖାନା ନେଇଥିଲେ । ସେଠାକାର ସରକାର ଶବ ପଠାଇବା ପାଇଁ କୌଣସି ବ୍ୟବସ୍ଥା ନକରିବାରୁ ବାଧ୍ୟ ହୋଇ ସାଥି ଶ୍ରମିକ ବାଧ୍ୟ ହୋଇ ନିଜ ନିଜ ଭିତରେ ଟଙ୍କା ଆଦାୟ କରି ଏକ ଘରୋଇ ଆମ୍ବୁଲାନ୍ସ ଜରିଆରେ ଶବକୁ ନିଜ ଗ୍ରାମକୁ ଫେରେଇ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.