ସେଇ କାଳ ରାତିର ଛାତିଥରା କାହାଣୀ, ଏମିତି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ପୀତବାସ

ଜଗତସିଂହପୁର: ଆରବସାଗରରେ ତାଣ୍ଡବ ଲୀଳା ମଚାଇଥିଲା ବାତ୍ୟା ତାଉ ତେ। ମୁମ୍ବାଇ ହାଇରେ ବୁଡିଯାଇଥିଲା ଜାହାଜ ବାର୍ଜ P305 । ଲାଇଫ ଜ୍ଯାକେଟ ପିନ୍ଧି ସମୁଦ୍ରକୁ ଲମ୍ଫ ମାରିଥିଲେ ସମସ୍ତ ଯାତ୍ରୀ । ଅନ୍ଧାରିଆ ବର୍ଷା ରାତିକୁ ସମୁଦ୍ରର ବଡ ବଡ ଲହରୀ ତାସାଙ୍ଗକୁ ପବନର ଘୁ ଘୁ ଗର୍ଜନ । ପ୍ରତି ମୁହୂର୍ତ୍ତରେ ଜୀବନ ବଂଚିବାର ସଂଘର୍ଷ । ସେମାନଙ୍କ ଭିତରେ ସାମିଲ ଥିଲେ ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ହାଜିପୁର ନିକଟସ୍ଥ କମାଶାସନ ଗ୍ରାମର ସ୍ୱର୍ଗତ ପରମା ନନ୍ଦ ରାଉତରାୟଙ୍କ ପୁଅ ପୀତବାସ ରାଉତରାୟ। ମୁମ୍ବାଇର ଅଏଲ ଆଣ୍ଡ ନ୍ଯାଚୁରାଲ ଗ୍ଯାସ କର୍ପୋରେସନ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ ସେ କାମ କରନ୍ତି।

ସେଦିନ ଥିଲା ସେ୧୭ ତାରିଖ । ଆରବ ସାଗରରେ ହୋଇଥିବା ବାତ୍ୟା ତାଉ ତେ । କମ୍ପାନୀରେ କାମ କରୁଥିବା ୨୬୧ ଜଣ କର୍ମଚାରୀ ଏହି ଜାହାଜରେ ଫସି ରହିଥିଲେ। ଏମାନେ ମୁମ୍ବାଇରୁ ୧୨୦ କିଲୋମିଟର ସମୁଦ୍ର ଭିତରେ ହୀରା ପ୍ଲାଟ୍ଫଫର୍ମରେ କାମ କରୁଥିଲେ । ବାତ୍ୟା ସତର୍କତା ପାଇ ଜାହାଜକୁ କୂଳକୁ ଆଣିନଥିଲେ। ହେଲେ କ୍ଯାପଟେନଭାବି ଥିଲେ ବାତ୍ୟା ଅଳ୍ପ ହେବ । କିନ୍ତୁ ସବୁ ଅନୁମାନକୁ ପଛରେ ପକାଇ ବାତ୍ୟା କରିଥିଲା ତାଣ୍ଡବ ଲୀଳା। ଯାହାଦ୍ୱାରା ଜାହାଜର ଲଂଗର ଭାଙ୍ଗି ଜାହାଜ ପିଟି ହୋଇ ଯାଇଥିଲା ପ୍ଳାଟଫର୍ମରେ । ଯାହାଫଳରେ  ଜାହାଜରେ କଣା ହୋଇ ଯିବାରୁ ପାଣି ପଶି ବୁଡିବା ଆରମ୍ଭ ହୋଇଯାଇଥିଲା ।

childଏନେଇ ଜାଣିବାପରେ  ଜାହାଜର କ୍ଯାପଟେନ ସମସ୍ତଙ୍କୁ ଲାଇଫ ଜ୍ଯାକେଟ ପିନ୍ଧି ସମୁଦ୍ରକୁ ଡେଇଁବାକୁ କହିଥିଲେ । ସମସ୍ତେ ଡେଇଁଥିଲେ । ସେମାନଙ୍କ ମଧ୍ୟରେ ଥିବା ପୀତବାସ ମଧ୍ଯ ପାଣିକୁ ଡେଇଁଥିଲେ । ଏହାପରେ ବଂଚିବା ପାଇଁ ଆରମ୍ଭ ହୋଇଥିଲା ସଂଘର୍ଷ। ଲାଇଫ ଜ୍ଯାକେଟରେ ବଂଚିବାକୁ ଉଦ୍ୟମ କରିଥିଲେ ପୀତବାସ । ପ୍ରବଳ ବର୍ଷା ,ପବନ ,ସାଙ୍ଗକୁ ଲହଡି ମାଡ଼ରେ ଭାସିବାକୁ ପଡିଥିଲା ଦିନ ଚାରିଟାରୁ ,ରାତି ସାରା । ତାର ପର ଦିନ ସକାଳ ନଅଟାରେ ଯାଇଁ ହୋଇଥିଲେ ଉଦ୍ଧାର । ଉଦ୍ଧାର ପାଇଁ ନୌସେନା ମୁତୟନ କରାଯାଇଥିଲା। ମିଶନରେ ସାମିଲ ଥିଲେ INS କୋଚି ଓ INS କୋଲକାତା । ଏହାପରେ ପୀତବାସ ଆସିଥିଲେ ମୁମ୍ବାଇ ଓ ଦୁଇ ଦିନ ପରେ ଆସି ପହଁଚିଲେ ନିଜ ଗାଁରେ । ଶୁଣନ୍ତୁ ପୀତବାସଙ୍କ ମୁହଁରୁ ସେହି ଲୋମହର୍ଷଣକାରୀ କଳା ରାତିର କାହାଣୀ।

ତେବେ ଜାହାଜରେ ଥିବା ୨୬୧ ଜଣକ ମଧ୍ୟରୁ ୧୮୪ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୭୭ ଜଣଙ୍କ ମୃତ୍ଯୁ ହୋଇଥିଲା। ଏପଟେ ଘରେ ମା ବାସନ୍ତୀ ରାଉତ୍ରାୟ ,ସ୍ତ୍ରୀ ସସ୍ମିତା ରାଉତରାୟ,ଝିଅ ,ପୁଅ ,ସାନଭାଇ ସମସ୍ତେ ବ୍ଯସ୍ତ ହେଇଥାନ୍ତି। କିଛି ଖବର ପାଇପାରୁ ନଥିଲେ ।କେବଳ ଠାକୁରଙ୍କୁ ଡାକିବା ଛଡା କିଛି ଉପାୟ ନଥିଲା । ଠାକୁରଙ୍କ ପାଖରେ ଦୀପ ଟିଏ ଜାଳି ଥିଲେ ସ୍ତ୍ରୀ ସସ୍ମିତା। ମା ବ୍ଯସ୍ତରେ କାନ୍ଦି କାନ୍ଦି ଲୋତକ ଝରେଇବା ସାର ହେଉଥିଲା। ସାନ ଭାଇ ଫୋନ ରେ ଆ ତା ପାଖକୁ କଲ କାରି ବୁଝୁଥିଲେ। କଣା ହେବ କିଛି ଜଣାପଡୁଥିଲା। ବ୍ଯସ୍ତତା ଭିତରେ ଆସିଥିଲା ଫୋନ କି ପୀତବାସ ଭଲରେଅଛନ୍ତି । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପ୍ରକୃତରେ ସେତିକି ଆତ୍ମ ବିଶ୍ୱାସ, ଓ ଭଗବାନଙ୍କ ଉପରେ ଆସ୍ତା ନଥିଲେ କେହି ବି ଏତେ ବଡ ବିପଦରୁ ଉଦ୍ଧାର ହୋଇ ଫେରିବା ଅସମ୍ଭବ। ପୀତବାସ ନୂତନ ଜୀବନ ପାଇ ଫେରି ଆସିଛନ୍ତି । ଯେଉଁଥି ପାଇଁ ସେ ଇଣ୍ଡିୟାନ ନIଭIଲକୁ ପ୍ରଶଂସା କରିଛନ୍ତି । ପୀତବାସ ସାହସକୁ ଆଜି ଆମ ସମସ୍ତଙ୍କ ସାଲ୍ଯୁଟ୍ ।

ଜଗତସିଂହପୁରରୁ ଶୁଭଙ୍କର ଜେନାଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.