ଜାରି ରହିଛି ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା, ୧୦୯ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଫେରିଲେଣି ୧ ଲକ୍ଷ ୫୩ ହଜାର ୭୨୯ ପ୍ରବାସୀ
କେନ୍ୟୁଜ : ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ଜାରି ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୦୯ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ୧ ଲକ୍ଷ ୫୩ ହଜାର ୭୨୯ ପ୍ରବାସୀ ଫେରିଛନ୍ତି । ସର୍ବାଧିକ ୭୩ ହଜାର ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି ପ୍ରବାସୀ । ୧୧ ହଜାର ବଲାଙ୍ଗୀର, କେନ୍ଦ୍ରାପଡାକୁ ୭ ହଜାର ୫୭୨, କଟକକୁ ୫ହଜାର ୬୦୩ ଜଣ ଫେରିଛନ୍ତି । କେବଳ ଗୁଜରାଟରୁ ୫୦ଟି ଟ୍ରେନ ଓଡ଼ିଶା ଆସିଛି ।
ତେଲେଙ୍ଗାନାରୁ ୧୭, ତାମିଲନାଡୁରୁ ୧୩, ଆନ୍ଧ୍ରପ୍ରଦେଶରୁ ୯, ମହାରାଷ୍ଟ୍ରରୁ ୮ଟି ଟ୍ରେନ ମାଧ୍ୟମରେ ଶ୍ରମିକ ଓଡ଼ିଶା ଫେରିଛନ୍ତି । ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୮ଲକ୍ଷ ବେଡ ପ୍ରସ୍ତୁତ ହୋଇଛି । ଏବେ ୩ ଲକ୍ଷ କ୍ୱାରେଣ୍ଟାଇନ ବେଡ୍ ବ୍ୟବହାର ହୋଇଥିଲା ବେଳେ ଲକ୍ଷେ ଲୋକ ସେଠାରୁ ଡିସଚାର୍ଜ ସାର୍ଟିଫିକେଟ ନେଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧ଲକ୍ଷ ୩୧ ହଜାର ୫୯୫ ଟେଷ୍ଟ କରାଯାଇଥିବା ବେଳେ ଦେଶରେ ୩୧ ଲକ୍ଷ ୨୬ ହଜାର ଟେଷ୍ଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ ।