କାମ କରିବାକୁ ଯାଇ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳରେ ଫସିଛନ୍ତି ୧୩ଓଡ଼ିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର କରିବାକୁ କଲେ ନିବେଦନ

ନୂଆପଡା : କାମ କରିବାକୁ ଯାଇ ଫସିଛନ୍ତି ୧୩ ଜଣ ଓଡ଼ିଆ ଶ୍ରମିକ । ଏମାନେ ସମସ୍ତେ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ସମସ୍ତ ଶ୍ରମିକ ନୂଆପଡା ଖଡିଆଳ ବ୍ଲକ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହେବା ପରେ ସେମାନେ ସେଠାରେ ଫସି ରହିଛନ୍ତି । କଡାକଡି ଲକ୍‌ ଡାଉନ ଯୋଗୁ ସେମାନଙ୍କ ନିକଟରେ ଥିବା ଅତ୍ୟାବଶ୍ୟକୀୟ ସମାଗ୍ରୀ ମଧ୍ୟ ସରି ସରି ଆସିଲାଣି । ଏନେଇ ଏକ ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟସରକାର, ନୂଆପଡା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.