ପ୍ରବାସୀ ଓଡିଆଙ୍କୁ ନେଇ ଯାଉଥିବା ବସ୍ ଦୁଘର୍ଟଣାଗ୍ରସ୍ତ, ୩ ଗୁରୁତର

ବାଲିଗୁଡା(କେନ୍ଯୁଜ୍): ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ। ତୁମୁଡିବନ୍ଧ ଥାନା ଆଠବାଡି ନିକଟରେ ଏକ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଟକ୍ରା ଡ୍ରାଇଭର, ବସ ଡ୍ରାଇଭର ଓ ଜଣେ ପ୍ରବାସୀ ଓଡିଆ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଗତକାଲି ଗୋଆରୁ ଟ୍ରେନ ଯୋଗେ ୪୭ ଜଣ ପ୍ରବାସୀ ଓଡିଆ ସ୍ବତନ୍ତ୍ର ଟ୍ରେନରେ କଳାହାଣ୍ଡି ଭବାନୀପାଟଣାରେ ପହଞ୍ଚିଥିଲେ। ଅନ୍ଯପଟେ ଭବାନୀପାଟଣାରୁ ଗଞ୍ଜାମ ବ୍ରହ୍ମପୁରକୁ ବସରେ ଫେରୁଥିବା ପ୍ରବାସୀ ଓଡିଆଙ୍କ ବସଟି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଆଠବାଡି ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ ଅନ୍ଯ ପ୍ରବାସୀଙ୍କୁ ତୁମୁଡିବନ୍ଧର କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖା ଯାଇଛି।

Leave A Reply

Your email address will not be published.