ରାଜ୍ୟ

ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

କଟକ(କେନ୍ୟୁଜ୍):ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ। କଟକରେ ପରଲୋକହୋଇଥିବା ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ଜଣା ପଡ଼ିଛି। ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡିଥିଲା । ଓଲିଉଡର ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ । ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, କଣ୍ଠଶିଳ୍ପୀ ଏବଂ ଅଭିନେତା ମଧ୍ୟ । ୪୧ଟି ଓଡ଼ିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି ।

୬ଟି ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଗୀତ ଗାଇଛନ୍ତି ଏବଂ ୬ଟି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ୧୯୮୪ରେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶକ ଭାବେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୬୨ ମସିହାରେ ଜୟଦେବ ଫିଲ୍ମରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ।୧୯୪୭ ଫ୍ରେବୃଆରୀ ୮ ତାରିଖରେ ସ୍ୱରୂପ ନାୟକଙ୍କ ଜନ୍ମ । ସଙ୍ଗୀତକାର ତଥା ଫିଲ୍ମ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକ ତାଙ୍କର ଭାଇ ଏବଂ ପାର୍ବତୀ ଘୋଷ ତାଙ୍କର ଭଉଣୀ ।

ସେ ଓଡ଼ିଆ ସିନେ ଜଗତରେ ଅନେକ ସଙ୍ଗୀତରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ଦର୍ଶକଙ୍କର ପ୍ରଶଂସାର ପାତ୍ର ପାଲଟିଯାଇଥିଲେ । ‘ମୁଁ ତୁମକୁ ଭଲ ପାଏ’, ‘ଗାଁ ମଝିରେ ଚାନ୍ଦିନି’, ‘ଚାଲିରେ ତୋର ପଦ୍ମ ଫୁଟେ’ ଏବଂ ‘ ଓଢଣି ଓଢଣି ନାଲି ଓଢଣି’ ଭଳି ଅନେକ ଲୋକ ପ୍ରିୟ ଗୀତରେ ସ୍ୱରୂପ ନିର୍ଦ୍ଦେଶନା ଦେଇଥିଲେ।

ସ୍ବରୂପ ନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ହୋଇ ରହିବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ବରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ର । .

Sasmita

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

7 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

16 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

24 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

41 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

55 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago