ଭାଇଚାରାର ଆଉ ଏକ ନିଦର୍ଶନ, କଟକରେ ବୋଲ୍ବମ୍ ଭକ୍ତଙ୍କ ସେବା କଲେ ମୁସଲମାନ ଯୁବକ
କଟକ (କେ ନ୍ୟୁଜ୍) : ଭାଇଚାରାର ସହର ଭାବେ ପରିଚିତ କଟକରେ ଆଜି ଭକ୍ତିଭାବନା ସହ ପାଳିତ ହୋଇଛି ଇଦ୍-ଉଲ୍-ଜୁହା । ଏହା ସହିତ ଦେଖିବାକୁ ମିଳିଛି ଏକ ସମ୍ପୂର୍ଣ୍ଣ ନିଆରା ଦୃଶ୍ୟ । ଶ୍ରାବଣ ଶେଷ ସୋମବାର ପାଇଁ ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବୋଲ୍ବମ୍ ଭକ୍ତଙ୍କର ସେବା କରିଛନ୍ତି ମୁସଲମାନ ଭାଇମାନେ । ଓଡ଼ିଶା ମୁସଲିମ୍ ଫୋରମ୍ ପକ୍ଷରୁ କାଉଡ଼ିଆମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବା ସହ ସେମାନଙ୍କ ଗୋଡ଼ ମାଲିସ ମଧ୍ୟ କରାଯାଇଥିଲା । ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦେଇଥିଲେ ମୁସଲମାନ ଭାଇମାନେ । କଟକ ରିଙ୍ଗରୋଡ଼ ସମେତ ଅନ୍ୟ କେତେକ ସ୍ଥାନରେ ଏଭଳି ଆୟୋଜନ କରାଯାଇଥିଲା ।