ଜାତିସଂଘ ଟ୍ୟାକ୍ସ କମିଟିରେ ଓଡ଼ିଆ ଅଫିସର ରଶ୍ମି ରଞ୍ଜନ

କେନ୍ଯୁଜ୍: ଜାତିସଂଘ ଟ୍ୟାକ୍ସ କମିଟିରେ ଓଡ଼ିଆ ଅଫିସର । ୨୫ ସଦସ୍ୟ ବିଶିଷ୍ଟ ଟ୍ୟାକ୍ସ କମିଟିରେ ଅଛନ୍ତି ଓଡ଼ିଆ IRS ଅଫିସର ରଶ୍ମି ରଞ୍ଜନ ଦାସ । ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ଏହି କମିଟିରେ ରହିବେ ରଶ୍ମି ରଞ୍ଜନ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏହି ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ରାଜସ୍ୱ ବିଭାଗରେ ଯୁଗ୍ମ ସଚିବ ଅଛନ୍ତି ।

ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିିସରେ ରଶ୍ମିରଞ୍ଜନଙ୍କ ୨୮ ବର୍ଷର ଅଭିଜ୍ଞତା ରହିଛି । ୨୦୧୬ରୁ ସେ OECD ଟାସ୍କଫୋର୍ସରେ ଭାରତର ପ୍ରତିନିଧି ଅଛନ୍ତି । ରଶ୍ମିରଞ୍ଜନ IIM ବେଙ୍ଗାଲୁରୁ ପବ୍ଲିକ ପଲିସି ଏବଂ ମ୍ୟାନେଜମେଣ୍ଟରେ ପିଜି ଡିପ୍ଲୋମା କରିଛନ୍ତି । ଏହା ସହ ଜେଏନ୍‌ୟୁରୁ ଇଣ୍ଟନ୍ୟାସନାଲ ରିଲେସନରେ ପିଜି କରିଛନ୍ତି । ଟ୍ୟାକ୍ସ ଅଧିକାର ସମ୍ପର୍କିତ ବିଭିନ୍ନ ଆର୍ଟିକିଲ ତାଙ୍କର ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.