ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଓଲିଉଡ୍‌ ଗାୟିକା ତପୁ ମିଶ୍ର, କରୋନାରେ ସଂକ୍ରମିତ ଥିଲେ

ଭୁବନେଶ୍ୱର (କେନ୍ୟୁଜ୍) : ଲାଗୁଥିଲା ଏ ଦୁଃଖଦ ଖବରଟି ଯେକୌଣସି ମୁହୂର୍ତ୍ତରେ ଆସିବ । ଗୋଟିଏ ପରେ ଗୋଟିଏ ଦାରୁଣ ଧକ୍କା ଓଲିଉଡ୍ ପାଇଁ । ଏଇ କେଇଦିନ ତଳେ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଥିଲା । ଆଉ ଏବେ ଗାୟିକା ତପୁ ମିଶ୍ର ଚାଲି ଯାଇଛନ୍ତି ଅଫେରା ଦୁନିଆକୁ । ଭେଣ୍ଟିଲେଟରରେ ରହି ରହି ଶେଷରେ ଆଜି ରାତି ୧୧ଟାରେ ଚାଲିଗଲେ ଏ ଦୁନିଆରୁ ।

କରୋନାରେ ସଂକ୍ରମିତ ହୋଇ ସେ ଗତ ମେ ମାସ ୧୯ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ମଧ୍ୟରେ ଟିକେ ସୁସ୍ଥ ହେବା ପରେ ପୁଣି ଥରେ ଗୁରୁତର ଅବସ୍ଥାକୁ ଆସି ଯାଇଥିଲେ । ତେଣୁ ତାଙ୍କୁ ଆଉ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଦୀର୍ଘ ଦିନ ଧରି ସଂଗ୍ରାମ କରି ହାରି ଯାଇଛନ୍ତି ସବୁରି ପ୍ରିୟ ତପୁ । ତାଙ୍କର ପରଲୋକ ଘଟିଛି ।

ସେ ହସପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଫ୍ୟାନ୍ ଏବଂ ବଲିଉଡ୍ର ସମସ୍ତେ ତପୁଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ତାଙ୍କ ସ୍ୱାମୀ ଦୀପକଙ୍କ ସମେତ ପରିବାର ଲୋକେ ଖୁବ୍ ଭାଙ୍ଗି ପଡ଼ିଛନ୍ତି । କିଛି ଦିନ ପୂର୍ବରୁ ତପୁଙ୍କ ବାପା କୋଭିଡ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ କୁଳ ନନ୍ଦନରେ ତପୁ ପ୍ରଥମେ ଗୀତ ଗାଇଥିଲେ । ଏହା ପରେ ପ୍ରାୟ ୧୬୦ଟି ଓଡ଼ିଆ ଫିଲ୍ମ ଗୀତ, ୨୨ଟି ବଙ୍ଗଳା ଗୀତ ଏବଂ ଅନେକ ଭଜନ ଗାଇଛନ୍ତି । ରାଜ୍ୟରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଜଣେ ହସଖୁସିଆ ମଣିଷ, ଜଣେ ଭଲ କଣ୍ଠଶିଳ୍ପୀ ଥିଲେ ତପୁ ମିଶ୍ର । ସେଥିଲାଗି ସେ ଅସୁସ୍ଥ ହେଲା ଦିନରୁ ତାଙ୍କ ସୁସ୍ଥତା ପାଇଁ ସମସ୍ତେ କାମନା କରୁଥିଲେ । ହେଲେ ଠାକୁରେ ଶୁଣିଲେ ନାହିଁ । ତାଙ୍କ ପାଖକୁ ନେଇଗଲେ ତପୁଙ୍କୁ ।

ତପୁ ମିଶ୍ର  ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ଜଣେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ତାଙ୍କ ସହ ଗୁଡ୍‌ଲି ରଥ ଏବଂ ପମି ଅନ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ଚକ୍‌ଲେଟ୍‌ (୨୦୧୧)
ମନ ମୋର ପ୍ରଜାପତି (୨୦୧୧)
ଲୋଫର୍ (୨୦୧୧)
ମୋଷ୍ଟ ୱାଣ୍ଟେଡ଼ (୨୦୧୧)
ତୁ ଥାଆ ମୁଁ ଯାଉଚି ରୁଷି (୨୦୧୦)
ଅଞ୍ଜଳି (୨୦୧୦)
ଓଁ ନମଃ ଶିବାୟ (୨୦୧୦)
ଏଇ ମିଳନ ଯୁଗ ଯୁଗର (୨୦୧୦)
ସ୍ୱୟଂସିଦ୍ଧା (୨୦୧୦)
ଭୁଲ୍ ବୁଝିବନି ମତେ (୨୦୧୦)
ପହିଲି ରଜ (୨୦୧୦)
ସଞ୍ଜୁ ଆଉ ସଞ୍ଜନା (୨୦୧୦)
ଦିଲ୍ ତ‌ତେ ଦେଇଚି (୨୦୧୦)
ତୋ’ ଆଖିରେ ମୁଁ (୨୦୧୦)
ଶୁଭ ବିବାହ (୨୦୧୦)
ଆଖି ପଲକରେ ତୁ (୨୦୧୦)
ମିତରେ ମିତ (୨୦୦୯)
ଲଭ୍ ଡଟ୍ କମ୍ (୨୦୦୯)
କେଉଁ ଦୁନିଆରୁ ଆସିଲ ବନ୍ଧୁ (୨୦୦୯)
ରୋମିଓ- ଦ ଲଭର୍ ବୟ (୨୦୦୯)
ଆଇଲାରେ ଓଡ଼ିଆ ପୁଅ (୨୦୦୯)
ପ୍ରେମୀ ନଂ ୱାନ୍ (୨୦୦୯)
ଡ୍ରିମ୍ ଗାର୍ଲ (୨୦୦୯)
ଆ’ରେ ସାଥି ଆ (୨୦୦୯)
ଆ’ ଜ‌ହ୍ନରେ ଲେଖିବା ନାଁ (୨୦୦୯)
ଧୀରେ ଧୀରେ ପ୍ରେମ ହେଲା (୨୦୦୯)
ପ୍ରେମ ରୋଗୀ (୨୦୦୯)
ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮)
ମତେ ତ ଲଭ ହେଲାରେ (୨୦୦୮) (ସଙ୍ଗିତ ନିର୍ଦ୍ଦେଶନା)
କଳିଙ୍ଗ ପୁତ୍ର (୨୦୦୮)
ବନ୍ଦେ ଉତ୍କଳ ଜନନୀ (୨୦୦୮)
ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮)
ବନ୍ଦେ ଉତ୍କଳ ଜନନୀ (୨୦୦୮)
ସମୟ ହାତରେ ଡୋରି (୨୦୦୭)
ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭)
ରସିକ ନାଗର (୨୦୦୭)
ଏ ଯୁଗର କୃଷ୍ଣ ସୁଦାମା (୨୦୦୭)
ଏ ମନ ମାନେନା (୨୦୦୭)
ମୋ ସୁନା ପୁଅ (୨୦୦୭)
ମୁଁ ତତେ ଲଭ୍ କରୁଚି (୨୦୦୭)
ପାଗଳ ପ୍ରେମୀ (୨୦୦୭)
ତୋ’ ପାଇଁ (୨୦୦୭)
ଶାଶୁଘର ଚାଲିଯିବି (୨୦୦୬)
ପ୍ରିୟା ମୋ ପ୍ରିୟା (୨୦୦୫)
ଅର୍ଜୁନ (୨୦୦୫)
ଆଇ ଲଭ୍ ୟୁ (୨୦୦୫)
ଓ ମାଇଁ ଲଭ୍ (୨୦୦୫)
ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫)
ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)
ରକତ ଚିହ୍ନିଛି ନିଜର କିଏ (୧୯୯୯)

 

Leave A Reply

Your email address will not be published.