ରାଜ୍ୟ

ଜାତୀୟ ଫ୍ୟାସନ୍‌ ସୋ’ରେ ଓଡ଼ିଆଙ୍କ କମାଲ, ଗୋଟିଏ ଗାଁରେ ଚମକିଲେ ଜଣେ ପୁଅ ଆଉ ଜଣେ ଝିଅ

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଓଡ଼ିଆ ଚମକିଛନ୍ତି ସେମାନଙ୍କ ସଫଳତା ପାଇଁ । ଏବେ ଆଉ ଦୁଇ ଜଣଙ୍କ ନାଁ ଏଥିରେ ଯୋଡ଼ି ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଆଉ ଜଣେ ଝିଅ । ବିଶେଷ କଥା ହେଉଛି ଦୁଇଜଣ ଯାକ ଗୋଟିଏ ଗାଁର । ଦେଶର ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜିମାତ୍‌ କରିଛନ୍ତି ଏହି ଦୁଇଜଣ । ଉଭୟ ପୁରୁଷ ଓ ମହିଳା ବିଭାଗରେ ଚାମ୍ପିଅନ୍‌ ହୋଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ଏହି ଦୁଇ ଜଣ ହେଉଛନ୍ତି ଯାଜପୁର ଜିଲ୍ଲା ପଣସା ପାଟପୁର ଗାଁର ଅମରେଶ ମହାନ୍ତି ଏବଂ ନିରୁପମା ମହାନ୍ତି । ଅମରେଶ ଦୀର୍ଘଦିନ ଧରି ଫ୍ୟାସନ ସୋ କ୍ୟାରିଅର ପାଇଁ ଲାଗିଥିବା ବେଳେ ନିରୁପମା ଜଣେ ଗୃହିଣୀ । କୋରୋନା କଟକଣା ଭିତରେ ଆୟୋଜିତ ଏହି ପ୍ରତିଯୋଗିତାରେ ସେମାନେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଏ ଦୁହେଁ ନିଜ ଜନ୍ମମାଟିରେ ପହଞ୍ଚିବା ପରେ ଉଭୟଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସାଂଗ ସାଥୀ ଠାରୁ ଆରମ୍ଭ କରି ଶୁଭେଚ୍ଛୁ ମାନେ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

ନିରୁପମା ବିବାହ ପରେ ନିଜ ସ୍ୱାମୀଙ୍କ ସହିତ ପୁନେରେ ରୁହନ୍ତି । କିନ୍ତୁ ପିଲା ଦିନୁ ଫ୍ୟାସନ ପ୍ରତି ରହିଥିବା ସ୍ୱତନ୍ତ୍ର ରୁଚି ତାଙ୍କୁ ଏହି ସଫଳତା ଆଣି ଦେଇଛି । ଏଥିପାଇଁ ସେ ନିଜ ସ୍ୱାମୀ ଓ ଶ୍ୱଶୁରଙ୍କୁ ଶ୍ରେୟ ଦେଇଛନ୍ତି । ଏସବୁ ଭିତରେ ନିରୁପମା ବିଭିନ୍ନ ବିଜ୍ଞାପନ ସଂସ୍ଥା ସହିତ ଅନୁବନ୍ଧିତ ହୋଇଛନ୍ତି । ଆଗକୁ ୱେବ ସିରିଜରେ କାମ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ପରିବାର ଲୋକଙ୍କ ପୂରା ସମର୍ଥନ ରହିଛି । ଆଉ ଗୃହିଣୀମାନଙ୍କ ପାଇଁ ନିରୁପମା ସାଜିଛନ୍ତି ଉଦାହରଣ ।

ଅନ୍ୟପଟେ ଅମରେଶ ବିଭିନ୍ନ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ପରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ରହିଥିବା ତାଙ୍କର ସ୍ୱତନ୍ତ୍ର ରୁଚି ଯୋଗୁଁ ସେ ଅନ୍ୟ ପ୍ରତିଯୋଗୀଙ୍କୁ ପରାସ୍ତ କରି ହୋଇଛନ୍ତି ମିଷ୍ଟର ଇଣ୍ଡିଆ ।ପୁନେ ଠାରେ ଆୟୋଜିତ ଫ୍ୟାସ୍ହେଭେନ୍-୨୦୨୦ ଫ୍ୟାସନ୍ ସୋ’ରେ ମିଷ୍ଟର ଇଣ୍ଡିଆ ଟାଇଟଲ୍ ଜିତିଛନ୍ତି ଅମରେଶ ମହାନ୍ତି । ଏଥିରେ ଦେଶର ବିଭିନ୍ନ ଭାଗରୁ ପ୍ରତିଯୋଗୀମାନେ କିଡ୍ସ, ମିସ୍ ଓ ମିଷ୍ଟର ଇଣ୍ଡିଆ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅମରେଶ ମିଷ୍ଟର ଇଣ୍ଡିଆ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇ ମୁକୁଟ ପିନ୍ଧିଥିଲେ ।

Pritiparna

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

3 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

19 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

28 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

36 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

53 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago