ବନ୍ଧା ହେଲେ ରସିକିଆ ସାହିତ୍ୟ ମାଷ୍ଟର, ନାବାଳିକାଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ଅଭିଯୋଗରେ ଗିରଫ
ରସିକିଆ ସାହିତ୍ୟ ସାର୍ଙ୍କ କାରନାମା । ନାବାଳିକା ଛାତ୍ରୀଙ୍କୁ ପାଠ ପଢ଼ିବାର ବାହାନାରେ ଦେଖାଉଥିଲେ ଅଶ୍ଳୀଳ ଭିଡିଓ। ତନାଘନା ପରେ ପୁଲିସ ହାତରେ ବନ୍ଧା ହେଇଛନ୍ତି ସାହିତ୍ୟ ସାର୍। ଭୁବନେଶ୍ୱର ଭରତପୁର ଅଞ୍ଚଳଳରୁ ଆସିଛି ଏଭଳି ଏକ ଘଟଣା ।

ଭୁବନେଶ୍ୱର (କେନ୍ୟୁଜ): ରସିକିଆ ସାହିତ୍ୟ ସାର୍ଙ୍କ କାରନାମା । ନାବାଳିକା ଛାତ୍ରୀଙ୍କୁ ପାଠ ପଢ଼େଇବା ବାହାନାରେ ଦେଖାଉଥିଲେ ଅଶ୍ଳୀଳ ଭିଡିଓ । ତନାଘନା ପରେ ପୋଲିସ୍ ହାତରେ ବନ୍ଧା ହେଇଛନ୍ତି ସାହିତ୍ୟ ସାର୍। ଭୁବନେଶ୍ୱର ଭରତପୁର ଅଞ୍ଚଳଳରୁ ଆସିଛି ଏଭଳି ଏକ ଘଟଣା । ଅଭିଯୁକ୍ତ ସାର ହେଲେ ସୁଶୀଲ କୁମାର ପଣ୍ଡା ଓରଫ ଅମର । ସୁଶୀଲଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ୍ । ଭରତପୁର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ସାହିତ୍ୟ ପଢାଇବାକୁ ଆସି ଏଭଳି କାଣ୍ଡ କରିଥିବା ଜଣାପଡିଛି । ନାବାଳିକା ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ପରେ ସାରଙ୍କୁ ବାନ୍ଧିଛି ପୋଲିସ୍ ।