ଆଜି ଓଡିଶା ଫେରୁଛନ୍ତି ଗଣ ଦୁଷ୍କର୍ମ ପୀଡିତା ଓଡ଼ିଆ ଯୁବତୀ, ତିନି ଜଣ ଦୁଷ୍କର୍ମକାରୀ ଏବେ ଜେଲ୍ ରେ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଓଡିଶା ଫେରୁଛନ୍ତି ଗଣ ଦୁଷ୍କର୍ମ ପୀଡିତା ଓଡ଼ିଆ ଯୁବତୀ । ଜଣେ ମହିଳା ପୋଲିସ ଅଫିସର ଓ ଆଉ ଜଣେ ମାନସିକ ରୋଗ ବିଶେଷଜ୍ଞ ତାଙ୍କ ସହ ଆସୁଛନ୍ତି । AIIMS ଦିଲ୍ଲୀରେ ଚିକିତ୍ସାଧୀନ ଥିଲେ ପୀଡିତା । ତିନି ଜଣ ଦୁଷ୍କର୍ମକାରୀ ଏବେ ଜେଲ୍ ରେ ଅଛନ୍ତି । ଦିଲ୍ଲୀ ସରକାରଙ୍କ ତରଫରୁ ପୀଡିତାଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରେ ପୀଡ଼ିତାଙ୍କ ପରିବାର ସହ ଭେଟି ସମସ୍ତ ପ୍ରକାର ସାହାଯ୍ୟ ସହୟୋଗର ପ୍ରତିଶ୍ରୁତି ଦେଇଥିଲେ ।