ଓଡ଼ିଆ ଭାଷୀଙ୍କ ପାଇଁ ଖୁସି ଖବର, ଶୁଭାରମ୍ଭ ହେବ ଭର୍ଚୁଆଲ୍‌ ଏକାଡେମି

ଭୁବନେଶ୍ବର(କେନ୍ଯୁଜ୍) : ଆମ ଭାଷା ସାହିତ୍ୟକୁ ଅଧିକ ସମୃଦ୍ଧ, ସୁରକ୍ଷିତ ଏବଂ ଏକ ବୃହତ୍ତର ପାଠକ ସମାଜ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏକ ଭର୍ଚୁଆଲ୍‌ ଏକାଡେମି ମାଧ୍ୟମରେ ସମୟକ୍ରମେ କାଳଜୟୀ, ଲୋକପ୍ରିୟ ଓ ପୁରସ୍କୃତ ସୃଷ୍ଟି ସମ୍ଭାରକୁ ଡିଜିଟାଇଜ୍‌ କରି ଏହି ପୋର୍ଟାଲ୍‌ରେ ସ୍ଥାନିତ କରାଯିବ । ଏହି ନୂତନ ୱେବ୍‌ ପୋର୍ଟାଲ ଆସନ୍ତାକାଲି ଦିନ ୧୨ଟା ୧୫ ବେଳେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ।

ବହୁ କାଳଜୟୀ କୃତି www.ova.gov.inରେ ପୋର୍ଟାଲ୍‌ ଉପଲବ୍ଧ ହେବ । ଏହାସହ ସି-ଡାକ୍‌, ୟୁ ଚିକାଗୋ ଏବଂ ସେଣ୍ଟର ଫର ଇଣ୍ଟରନେଟ୍‌ ସୋସାଇଟି ସହ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ବୁଝାମଣା ପତ୍ର ସ୍ୱାକ୍ଷର ହେବା କାର୍ଯ୍ୟକ୍ରମ ରହିଛି । ସରକାରଙ୍କ ଏଭଳି ଅଭିନବ ପ୍ରୟାସ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ବେଶ୍‌ ସହାୟକ ହେବ ।