ତାମିଲନାଡୁରେ ମରଣ ସହ ଲଢେଇ କରୁଛନ୍ତି ଏହି ଓଡ଼ିଆ ଯୁବକ, ଅଧିକ ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବେଙ୍ଗାଲୁରୁ(କେନ୍ୟୁଜ୍): ତାମିଲନାଡୁରେ ଦୁର୍ଘଟଣାର ଶୀକାର ହୋଇ ଏବେ ମେଡ଼ିକାଲରେ ମରଣ ସହ ଲଢେଇ କରୁଛନ୍ତି ଜଣେ ଓଡ଼ିଆ ଯୁବକ। ସଡକ ଦୁର୍ଘଟଣା ଯୋଗୁ ଏବେ ମେଡ଼ିକାଲରେ ଆଇସିୟୁରେ ରହି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣ ବାଡ଼ ଗ୍ରାମର ରତ୍ନାକର ଦାସଙ୍କ ୨୭ ବର୍ଷୀୟ ପୁଅ କେଦାର । ଘରର ପରିସ୍ଥିତି ଏତେ ଖରାପ କହିଲେ ନସରେ । ବାପା ମା ସହିତ ଏକ ଭିନ୍ନକ୍ଷମ ଭଉଣୀ ଓ ଏମାନେ ୩ ଭାଇ। ମୋଟ ୬ ପ୍ରାଣୀ କୁଟୁମ୍ବ ।

ଘରର ଅସୁବିଧା ଯୋଗୁ କିଛି ରୋଜଗାର ଆସାରେ ବଡ଼ ଭାଇ ସହିତ ତାମିଲନାଡୁ ଯାଇଥିଲା । ତାମିଲନାଡୁର ହସୁର ଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଯାହା ରୋଜଗାର କରନ୍ତି ଘରକୁ ଦେଇ ନିଜେ ଚାଲିଥାନ୍ତି । କେଦାର ତାମିଲନାଡୁ ହସୁର ରେ ବଡ଼ ଭାଇ ଚନ୍ଦନ ଓ ଦୁଇ ସାଙ୍ଗଙ୍କ ସହ ରହୁଥିଲେ ।

ଗତ ରବିବାର କେଦାର ସଉଦା କିଣିବା ପାଇଁ ମାର୍କେଟ ଯାଇଥିଲା । ପନିପରିବା କିଣି ରୁମ କୁ ଫେରୁଥିବା ସମୟରେ ଏକ ଅଜଣା ବାଇକ ଧକ୍କା ଦେଇଥିଲା । ଫଳରେ କେଦାର ଗୁରୁତର ହୋଇଯାଇଥିଲା । ତାକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଏକ ଘରୋଇ ମେଡ଼ିକାଲକୁ ନେଇଯାଇଥିଲେ । ସେଠାରେ ସେ ଏବେ ଆଇସିୟୁରେ ଅଛନ୍ତି । ତେବେ ଏବେ ସୁଦ୍ଧା ଧାର ଉଧାର କରି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ ।  ଡାକ୍ତର କହୁଛନ୍ତି ସେ ଆହୁରି କିଛି ଦିନ ଆଇସିୟୁରେ ରହିବେ । ପ୍ରତିଦିନ ଆଇସିୟୁ ଚାର୍ଜ ୨୦ହଜାରରୁ ଅଧିକ । ଏଥିସହିତ କେଦାର ଭଲ ହେବା ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି ।

ତେବେ ଏ ଘଟଣା ସମ୍ପର୍କରେ ଖବର ପାଇ ଆମ ବେଙ୍ଗାଲୁରୁ ପ୍ରତିନିଧି ଗୋବିନ୍ଦ ବାରିକ ତାମିଲନାଡୁର ହସୁର ସ୍ଥିତ କେଦାର ଚିକିତ୍ସିତ ହେଉଥିବା ମେଡ଼ିକାଲରେ ପହଁଚି ତାଙ୍କ ଭାଇଙ୍କ ସହ କଥା ହେବା ସହିତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତେବେ ପରିବାର କେନ୍ୟୁଜ୍ ମାଧ୍ୟମରେ ଆର୍ଥିକ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ଯଦି କେହି ବାଦାନ୍ଯ ବ୍ଯକ୍ତି କେଦାରଙ୍କୁ ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଆର୍ଥିକ ରାଶି ପଠାଇପାରିବେ।

କେଦାର କୁମାର ଦାସ
Bank name – UCO BANK
BRANCH -BHANDARIPOKHARI
AC NO-09940110046128
IFSC CODE- UCBA0000994

Phone pay number
+91 90780 32691

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.