ବେଙ୍ଗାଲୁରୁ : ରାସନ୍ କାର୍ଡକୁ ନେଇ ଚାଲିଛି ମହାଘୋଟାଲା । ପୁଣି ଏଠି ନୁରହେଁ ଓଡିଆଙ୍କ ସହ ଓଡିଶା ବାହାରେ ଚାଲିଛି ମୂଲଚାଲ । ହଁ ଆଜ୍ଞା ଯାହାକୁ ନେଇ ଏବେ ପ୍ରବାସୀ ଓଡିଆଙ୍କୁ ରାସନ୍ କାର୍ଡ କଟିଯିବା ଭୟ । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଶନ କାର୍ଡଧାରୀମାନେ E-KYC କରିବା ବଧ୍ୟାତା ମୂଳକ ଘୋଷଣା ପରେ ଚିନ୍ତାରେ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ । କେମିତି କଣ କରିବେ ସହେି ଚିନ୍ତାରେ ଥିବାବଳେେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି । ଏମାନେ ଏହାକୁ ଏକ ବ୍ୟବସାୟ କରିଦେଇଛନ୍ତି । ଓଡ଼ିଶାରୁ କିଛି ଡିଲର ବେଙ୍ଗାଲୁରୁ ଆସି ବେସରକାରୀ ଭାବେ ପ୍ରବାସୀ ଓଡ଼ିଆମାନଙ୍କର E-KYC କରୁଥିବା ବର୍ତ୍ତମାନ ସୂଚନା ମିଳିଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏ ବାବଦକୁ ମୁଣ୍ଡ ପିଛା ସେମାନେ ୩ ଶହ,୪ ଶହ ଏବଂ ୫ ଶହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ଆସିଛି ।
ଓଡ଼ିଶା ସରକାର ରାସନ୍ କାର୍ଡଧାରୀମାନେ E-KYC କରିବା ବାଧ୍ୟତାମୂଳକ ଘୋଷଣା ପରେ ଚିନ୍ତାରେ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ । ଖୁବ୍ କମ୍ ଦିନ ମଧ୍ୟରେ ଭୋଟ ଦେଇ ଓଡ଼ିଶାରୁ ବାହାର ରାଜ୍ୟକୁ ରୋଜଗାର ଆଶାରେ ଆସିଛନ୍ତି ଏହି ପ୍ରବାସୀ ଓଡିଆମାନେ। ରୋଜଗାର କଲେ ଘର ଚଳିବ । ଏହାରି ଭିତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ମିଳିବା ପରେ ଚିନ୍ତାରେ ପ୍ରବାସୀ ଓଡ଼ିଆ । କିଭଳି ଓଡ଼ିଶା ଯିବେ ଆଉ କିଭଳି E-KYC କରିବେ ? ଯଦି E-KYC ନକରିଛନ୍ତି ତବେେ ରାସନ କାର୍ଡ କଟିଯିବ ବୋଲି ନିଜ ନିଜ ଅଞ୍ଚଳର ଡିଲର ମାନଙ୍କ ପକ୍ଷରୁ ସୂଚନା ପାଇବା ପରେ ଭୟଭୀତ ହୋଇଯାଇଛନ୍ତି ଓଡ଼ିଆ । ତେବେ ଏହାର ଫାଇଦା ନେଇ ଓଡ଼ିଶାରୁ କିଛି ଡିଲର ବେଙ୍ଗାଲୁରୁ ଆସି ଏଠାରେ E-KYC କରିବା ସହିତ ମୁଣ୍ଡ ପିଛା ୫୦୦ ଟଙ୍କା ନେଉଥିବା ଅଭିଯୋଗ ଆଣିଛନ୍ତି ପ୍ରବାସୀ ଓଡ଼ିଆ ।
ତେବେ କହିବାକୁ ଚାହିଁବୁ ଯେ ଭଦ୍ରକ ଜିଲ୍ଲା ବାସୁଦବେପୁର ବ୍ଳକ, ଭଦ୍ରକ ବ୍ଲକ୍ ଏବଂ ତିହିଡି ବ୍ଲକର କିଛି ଡିଲର ସେମାନଙ୍କ ମେସିନ ପଠାଇ ଏଠାରେ E-KYC କରୁଥିବା ସହ ୩୦୦,୪୦୦,୫୦୦ ଟଙ୍କା ଆଦାୟ କରୁଥିବା କହିଛନ୍ତି ଓଡ଼ିଆ । ଯାହାର screen shot ଆଜ୍ଞା ଆ ପଣଙ୍କ ସାମ୍ନାରେ ।
ଏପଟେ ସରକାରଙ୍କ ଘୋଷଣା ପରେ ପ୍ରବାସରେ ରହୁଥିବା ଓଡ଼ିଆମାନେ କିଭଳି ହଇରାଣ ହରକତ ନାହବେେ ସନେେଇ ଗତ କିଛି ଦିନ ତଳେ ବଙେ୍ଗାଲୁରୁ, ସୁରତ ଓ ହାଇଦ୍ରାବାଦର ପ୍ରବାସୀ ଓଡ଼ିଆ ଟିମ୍ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଟେି ଦାବୀ ପତ୍ର ଜଣାଇଥିଲେ । ଏବଂ ମନ୍ତ୍ରୀ ପ୍ରତି ଶ୍ରୁତି ମଧ୍ଯ ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିମ୍ କରାଯାଇ ରାଜ୍ୟ ବାହାରକୁ ପଠାଯିବ ଏବଂ ମାଗଣାରେ EKYC କରାଯିବ । ତବେେ କୌଣସି ପ୍ରବାସୀ ଓଡ଼ିଆ ଭୟଭୀତ ହୁଅନ୍ତୁ ନାହିଁ । ଏବଂ କାହାରି ରାସନ କାର୍ଡ କଟିବ ନାହିଁ ।
ଏନେଇ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ଆମର ହସ୍ତଖପେ ହୋଇଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଆସି କିଭଳି EKYC କରୁଛନ୍ତି ଡିଲରମାନେ । ଏହା ବାବଦକୁ ୫୦୦ ଟଙ୍କା ଆଦାୟ କରୁଛନ୍ତି । ତବେେ ପ୍ରଶ୍ନ ଉଠୁଛି କାହା ପରାର୍ମଶରେ ଚାଲିଛି ଏହି ଦୁର୍ନୀତି । ତବେେ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେଇ କିଭଳି ପ୍ରବାସୀ ଓଡ଼ିଆମାନେ EKYC କରିପାରିବେ ସନେେଇ ଏକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ଏଥି ସହିତ ଅର୍ଥ ଆଦାୟ କରିଥିବା ଏହି ଦଲାଲ ମାନଙ୍କ ପ୍ରତି କାର୍ଯ୍ୟନଷ୍ଟ କରିବାକୁ ଦାବି ହୋଇଛି ।